Sun. Jul 26th, 2026

ପତ୍ନୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ କଲା ସ୍ୱାମୀ

168 Views

ନୟାଗଡ଼ : ମୋବାଇଲରୁ ମୋବାଇଲକୁ ବୁଲୁଛି ମହିଳାଙ୍କ ଅଶ୍ଲୀଳ ଫଟୋ ଓ ଭିଡିଓ। ଆଉ ଏହାକୁ ଭାଇରାଲ କରିଛନ୍ତି ମହିଳାଙ୍କ ସ୍ୱାମୀ। ଘଟଣା ଘଟିଛି ନୟାଗଡ଼ ଜିଲ୍ଲାରେ। ଏନେଇ ନୂଆଗାଁ ଥାନାରେ ମହିଳା ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅନ୍ତର୍ଗତ ବଡ଼କୁମାରି ଅଞ୍ଚଳର ଏହି ମହିଳା ୨୦୧୭ ମସିହାରେ ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ସୋରଡା ଗାଁର ଜଣେ ଯୁବକଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ସେମାନଙ୍କର ଏବେ ୧୧ ମାସ ର ଏକ ଶିଶୁ  ପୁତ୍ର ମଧ୍ୟ ରହିଛି । ତେବେ ମହିଳାଙ୍କୁ  ତାଙ୍କ ସ୍ୱାମୀ ଏବଂ ଶାଶୂଘର ଲୋକେ ଅନେକ ଥର ଅଧିକ ଯୌତୁକ ଦାବି କରି ମାଡ଼ ମାରିବା ସହ ନିର୍ଯାତନା ଦେଇ ଆସୁଥିଲେ । ତେଣୁ ଗତ ସପ୍ତାହରେ ନିର୍ଯାତନା ଅସହ୍ୟ ହେବାରୁ ମହିଳା ଜଣକ ନିଜ ବାପ ଘରେ ରହି ଆସୁଥିଲେ।

ଏଥିପାଇଁ ତାଙ୍କ ସ୍ୱାମୀ ମହିଳାଙ୍କ ବେଡ଼ ରୁମର ଅଶ୍ଳୀଳ ଭିଡିଓ ଭାଇରାଲ କରିଦେବାକୁ ଧମକ ଦେଉଥିଲେ । ଏନେଇ ମହିଳା ଜଣକ ଗତ ତିନି ଦିନ ତଳେ ନୂଆଗାଁ ଥାନାରେ ଅଭିଯୋଗ କରିଥିଲେ। ହେଲେ ପୁଲିସ ଏହାକୁ ଗୁରୁତ୍ୱ ଦେଇ ନଥିବା ଅଭିଯୋଗ ମହିଳା ଅଭିଯୋଗ କରିଛନ୍ତି । ଏବେ ମହିଳାଙ୍କ ସ୍ୱାମୀ ସମସ୍ତ ଅଶ୍ଳୀଳ ଭିଡିଓ whatsapp ରେ ଛାଡି ଭାଇରାଲ କରିଦେଇଛନ୍ତି।  ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ନୂଆଗାଁ ଥାନା ଅଧିକାରୀ କହିଛନ୍ତି ।ଏବେ ମହିଳା ଜଣକ ନୟାଗଡ଼ ଜିଲ୍ଲାର ଏକ ଆଶ୍ରମ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି ।

By amfnews

Related Post