Thu. Sep 3rd, 2026

ପତ୍ନୀକୁ ନିର୍ଯାତନା, ସ୍ବାମୀ ଗିରଫ

265 Views

ଭୁବନେଶ୍ବର, ଡିସେମ୍ବର ୦୧ : ପତ୍ନୀକୁ ନିର୍ଯାତନା ଦେବା ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ସ୍ବାମୀକୁ ଗିରଫ କରିଛି। ସେ ହେଲା ସାଲିଆସାହି ଆଦିବାସୀ ଗାଁ ଅଞ୍ଚଳର କୃପାସିନ୍ଧୁ ପୃଷ୍ଟି(୨୮)। କିଛିମାସ ହେବ କୃପାସିନ୍ଧୁ ଯୌତୁକ ନେଇ ପତ୍ନୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଥିଲା। ଗୁରୁବାର ରାତିରେ କୃପାସିନ୍ଧୁ ସମସ୍ତ ସୀମା ଟପି ଯାଇଥିଲା। ପତ୍ନୀ ଘରେ ଶୋଇଥିବା ବେଳେ ସେ ନିଶାସକ୍ତ ଅବସ୍ଥାରେ ଆସି ଗାଳିଗୁଲଜ କରିଥିଲା। ପତ୍ନୀ ବିରୋଧ କରିବାରୁ କୃପାସିନ୍ଧୁ ରାଗିଯାଇ ନିସ୍ତୁକ ମାଡ଼ ମାରିଥିଲା। ଏନେଇ ତାଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଆଜି କୃପସିନ୍ଧୁକୁ କୋର୍ଟ ଚାଲାଣ କରିଛି।

By amfnews

Related Post