Mon. Sep 7th, 2026

ପତ୍ନୀକୁ ଠେଙ୍ଗାରେ ପିଟି ପିଟି ହତ୍ୟାକଲା ସ୍ୱାମୀ

293 Views

ନବରଙ୍ଗପୁର: ଶନିବାର ରାତିରେ ଡାବୁଗାଁ ଥାନା ଅଧୀନ ମାଳିଗୁଡ଼ା ଗ୍ରାମର ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛନ୍ତି।
ନିହତ ପତ୍ନୀ ହେଉଛନ୍ତି ୪୦ ବର୍ଷୀୟ ପାର ପାଇକ।

ପାରିବାରିକ କଳହ ଯୋଗୁଁ ୪୫ ବର୍ଷିୟ ସ୍ୱାମୀ ଜୟ ସିଂ ପାଇକ ରାତି ପ୍ରାୟ ୮ଟା ବେଳେ ପତ୍ନୀ ପାରଙ୍କୁ ଗୋଡ଼ାଇ ଗୋଡ଼ାଇ ଗୋଟାଏ ଠେଙ୍ଗାରେ ପିଟି ହତ୍ୟା କରିଥିଲା। ଏ ସଂକ୍ରାନ୍ତରେ ସେମାନଙ୍କ ପୁଅ ସିନ୍ଧୁ ଆଜି ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଜୟ ସିଂ ପାଇକକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

By amfnews

Related Post