Sun. Apr 26th, 2026

ପତ୍ନୀ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ଦେଖାଇ ବ୍ଲାକ୍‌ମେଲ କରିବା ସହ ଅପ୍ରାକୃତିକ ଯୌନ ସଂପର୍କ ପାଇଁ ବାଧ୍ୟ କରୁଥିଲେ ସ୍ୱାମୀ: ଅଭିଯୋଗ ପାଇବା ପରେ ଗିରଫ କଲା ପୁଲିସ

190 Views

ନୂଆଦିଲ୍ଲୀ  : ଉତ୍ତରପ୍ରଦେଶର ବରେଲିରେ ଜନୈକ ବିବାହିତ ବ୍ୟକ୍ତି ନିଜର ପତ୍ନୀ ସହ ବିତାଇଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ପ୍ରସ୍ତୁତ କରି ନିଜ ପତ୍ନୀକୁ ବ୍ଲାକ୍‌ମେଲ କରିବା ଘଟଣା ଏବେ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ନିଜ ପତିର ଏପରି କାରନାମା ସଂପର୍କରେ ପୀଡ଼ିତା ପତ୍ନୀ ଜଣକ ବାରଦରୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି। ତେବେ, ଅଭିଯୁକ୍ତ ଜଣକ ନିଜ ପତ୍ନୀ ସହ କାହିଁକି ଏପରି କରୁଥିଲା ସେ ସଂପର୍କରେ ସବିଶେଷ ତଥ୍ୟ ଜଣା ପଡ଼ିପାରି ନାହିଁ।

ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ପୀଡ଼ିତା ମହିଳା ଜଣକ ଗତ ୨୦୧୮ ଅକ୍ଟୋବର ୨୯ ତାରିଖରେ ଅଭିଯୁକ୍ତଙ୍କୁ ବିବାହ କରିଥିଲେ। ଅଭିଯୁକ୍ତ ଜଣକ ଜଣେ କଣ୍ଟ୍ରାକ୍ଟର ଥିଲେ ଏବଂ ଉଭୟ ପରିବାରର ସହମତିରେ ଏହି ବିବାହ ହୋଇଥିଲେ। ତେବେ, ବିବାହ ପରେ ନିଜର ବାସର ରାତିରେ ଅଭିଯୁକ୍ତ ପତି ଜଣକ ନିଜ ପୀଡ଼ିତାଙ୍କ ସହ ବିତାଇଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟ ସବୁକୁ ନିଜ ମୋବାଇଲରେ ରେକର୍ଡ କରି ନେଇଥିଲେ। ଏ ସଂପର୍କରେ ପୀଡ଼ିତା ଜଣକ ଜାଣିପାରି ନଥିଲେ। ଏହି ଘଟଣାର କିଛିଦିନ ପରେ ଅଭିଯୁକ୍ତ ଜଣକ ପୀଡ଼ିତାଙ୍କୁ ତାଙ୍କ ସହ ଅପ୍ରାକୃତିକ ଯୌନ ସଂପର୍କ ରଖିବାକୁ ବାଧ୍ୟ କରିଥିଲେ। ତେବେ, ପୀଡ଼ିତା ଏଥିପାଇଁ ରାଜି ନହେବାରୁ ଅଭିଯୁକ୍ତ ଜଣକ ତାଙ୍କୁ ଭିଡିଓ ଦେଖାଇ ବ୍ଲାକ୍‌ମେଲ୍‌ କରିବା ସହ ତାଙ୍କ ସହ ଅପ୍ରାକୃତିକ ଯୌନ ସଂପର୍କ ଅପ୍ରାକୃତିକ ଯୌନ ସଂପର୍କ ରଖିଥିଲେ।

ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଜଣକ ସବୁଦିନେ ପୀଡ଼ିତାଙ୍କୁ ଏଥିପାଇଁ ବାଧ୍ୟ କରିବାରୁ ଶେଷରେ ପୀଡ଼ିତା ଅନୋନ୍ୟପାୟ ହୋଇ ଶ୍ୱଶୁର ଘର ଲୋକଙ୍କୁ ଘଟଣା ସଂପର୍କରେ କହିଥିଲେ। ଏଘଟଣା ଜାଣିବା ପରେ ଅଭିଯୁକ୍ତ ସଂପୃକ୍ତ ଭିଡିଓକୁ ଇଣ୍ଟରନେଟ୍‌ରେ ଛାଡ଼ିଦେବେ ବୋଲି ପୀଡ଼ିତାଙ୍କୁ ଧମକ ଦେଇଥିଲେ। ଏ ପରିସ୍ଥିତିରେ ଅନ୍ୟ କୌଣସି ବିକଳ୍ପ ନପାଇ ପୀଡ଼ିତା ବାରଦରୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାର ଭାରତୀୟ ଦଣ୍ଡବିଧି ଆଇନର ୩୭୭ ଓ ୫୦୬ ଦଫାରେ ଏକ ମାମଲା ଆଗତ କରି ତଦନ୍ତ ଆରମ୍ଭ କରିବା ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି।

By amfnews

Related Post