Fri. Jul 3rd, 2026

ପତି ରଣବୀର ସିଂହଙ୍କ ଏହି କଥା ଶୁଣି କାନ୍ଦି ପକାଇଲେ ଦୀପିକା

273 Views

ମୁମ୍ବାଇ, ଡିସେମ୍ବର ୨୩ :ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ତାଙ୍କର ପତି ତଥା ଅଭିନେତା ରଣବୀର ସିଂହଙ୍କ ସ୍ପିଚ୍‌ ଶୁଣି କାନ୍ଦି ପକାଇଛନ୍ତି। ସୂଚନା ଅନୁଯାୟୀ ,ଏହି ନିକଟରେ ବଲିଉଡର ଷ୍ଟାର୍‌ ସ୍କ୍ରିନ୍‌ ଆଓ୍ଵାର୍ଡ ଫଙ୍କ୍‌ସନ୍‌ରେ ଫିଲ୍ମ ‘ପଦ୍ମାବତ୍‌’ପାଇଁ ଅଭିନେତା ରଣବୀର୍‌ ସିଂହ ବେଷ୍ଟ୍‍ ଆକ୍ଟର ଆଓ୍ଵାର୍ଡ ଜିତିବା ପରେ ଅଭିନେତା ରଣବୀରଏହାର ସମସ୍ତ ଶ୍ରେୟ ନିଜର ପତ୍ନୀ ତଥା ଅଭିନେତ୍ରୀ ଦୀପିକାଙ୍କୁ ସ୍ପିଚ୍‌ ଦେଇଛନ୍ତି। ଏହାପରେ ଅଭିନେତା ରଣବୀର ଏନେଇ ଭାବପ୍ରବଣତାଭରା ଏକ ମଧ୍ୟ ଦେଇଛନ୍ତି, ଯାହାକୁ ଶୁଣିଲା ପରେ ପତ୍ନୀ ଦୀପିକାଙ୍କୁ କାନ୍ଦୁଥିବାର ଦେଖିବାକୁ ପାଇଥିଲେ ସେଠାରେ ଉପସ୍ଥିତ ଥିବା ଦର୍ଶକ।

ଏଥିରେ ଅଭିନେତା ରଣବୀର୍‌ ସିଂହ କହିଛନ୍ତି କି ଫିଲ୍ମ ‘ପଦ୍ମାବତ୍‌’ଜରିଆରେ ସେ ତାଙ୍କ ରାଣୀକୁ ପାଇନଥିଲେ ,ହେଲେ ପ୍ରକୃତ ଜୀବନରେ ସେ ତାଙ୍କୁ ନିଜର ରାଣୀ ରୂପେ ପାଇସାରିଛନ୍ତି। ଏଥିସହିତ ପ୍ରତ୍ୟେକଟି ମୁହୂର୍ତ୍ତରେ ପତ୍ନୀ ଦୀପିକା ତାଙ୍କର ସାଥ୍‌ ଦେଇଥିବାରୁ ଓ ବିଗତ ଛଅ ବର୍ଷ ମଧ୍ୟରେ ସେ ତାଙ୍କ ଜୀବନରେ ଯାହା ବି କିଛି ପାଇଛନ୍ତି ସେ ନେଇ ଦୀପିକା ତାଙ୍କୁ ପ୍ରୋତ୍ସାହିତ କରୁଥିବାର କହି ଦୀପିକାଙ୍କୁ ନିଜର ଧନ୍ୟବାଦ ଜଣାଇଛନ୍ତି ରଣବୀର୍‌ ସିଂହ। ତେବେ ରଣବୀର ସିଂହଙ୍କ ମୁହଁରୁ ଏତେ ସବୁ ପ୍ରଶଂସା ଶୁଣିଲା ପରେ ପିଲାଙ୍କ ପରି କାନ୍ଦିବାକୁ ଲାଗିଥିଲେ ଅଭିନେତ୍ରୀ ଦୀପିକା। ତେବେ ସର୍ବଶେଷରେ ଅଭିନେତା ରଣବୀର୍‌ ସିଂହ ପତ୍ନୀ ଦୀପିକାଙ୍କୁ ଇସାରା କରି ‘ବେବି ଆଇ ଲଭ୍‌ ୟୁ’ ବୋଲି କହିଥିଲେ।

By amfnews

Related Post