Fri. Aug 14th, 2026

ପଞ୍ଜାବ ଏବଂ ଜମ୍ମୁ ଓ କଶ୍ମୀର ସୀମାନ୍ତ ପାଖରୁ ୩ ଆତଙ୍କବାଦୀ ଗିରଫ, ୬ ଏକେ-୪୭ ରାଇଫଲ୍‌ ଜବତ

247 Views

ନୂଆଦିଲ୍ଲୀ  : ଗୁରୁବାର ସକାଳେ ପଞ୍ଜାବ ଏବଂ ଜମ୍ମୁ ଓ କଶ୍ମୀର ସୀମାନ୍ତ ନିକଟବର୍ତ୍ତୀ ଲଖନପୁରରେ ତିନି ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଲଖନପୁର ନିକଟ ସୀମାନ୍ତରେ ଜମ୍ମୁ ଓ କଶ୍ମୀର ପୁଲିସ ଗୋଟାଏ ଟ୍ରକ୍‌କୁ ଅଟକାଇବା ପରେ ସେଥିରୁ ଛଅଟି ଏକେ-୪୭ ରାଇଫଲ୍‌ ଉଦ୍ଧାର କରି ତିନି ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଆତଙ୍କବାଦୀମାନେ ଟ୍ରକ୍‌ ଯୋଗେ ଅସ୍ତ୍ରଶସ୍ତ୍ର ପରିବହନ କରାଉଛନ୍ତି।

ଜମ୍ମୁର ପୁଲିସ ଇନ୍‌ସପେକ୍ଟର୍‌ ଜେନେରାଲ୍‌ ମାକେଶ ସିଂହ ଗଣମାଧ୍ୟମକୁ କହିଛନ୍ତି: ଜମ୍ମୁ ଓ ପଠାନକୋଟ ରାଜପଥରେ ସକାଳ ୮ଟା ବେଳେ ଗୋଟାଏ ଟ୍ରକ୍‌କୁ ଅଟକା ଯାଇଥିଲା। ତାହକୁ ଯାଞ୍ଚ କରିବା ସମୟରେ ପୁଲିସ ଛଅଟି ଏକେ-୪୭ ରାଇଫଲ୍‌ ଜବତ କରିଥିଲା। ପଞ୍ଜାବର ବାମିଲା ଅଞ୍ଚଳରୁ କଶ୍ମୀର ଅଭିମୁଖେ ଯାଉଥିଲା। ଟ୍ରକ୍‌ ବିଷୟରେ ଅଧିକ ତଲାସ ଜାରି ରହିଥିବା କଥା ଆଇଜିପି କହିଛନ୍ତି। ସେ ଆହୁରି କହିଛନ୍ତି ଯେ ତିନି ଗିରଫ ବ୍ୟକ୍ତି ହେଉଛନ୍ତି କଶ୍ମୀରବାସୀ ଏବଂ ସେମାନଙ୍କୁ ପଚରା ଉଚୁରା ଚାଲିଛି।

By amfnews

Related Post