Fri. Apr 24th, 2026

ପଞ୍ଚାୟତ ବୋର୍ଡ ଗଠନ ପାଇଁ ଉତ୍ତର ୨୪ ପ୍ରଗଣାରେ ସଂଘର୍ଷ ଯୋଗୁଁ ୩ ମୃତ; ୧୭ ଆହତ

323 Views

ନୂଆଦିଲ୍ଲୀ: ପଞ୍ଚାୟତ ବୋର୍ଡ ଗଠନ ପାଇଁ ବୁଧବାର ଦିନ ତୃଣମୂଳ କଂଗ୍ରେସ ଏବଂ ସିପିଏମ୍‌ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହେବାରୁ ଉତ୍ତର ୨୪ ପ୍ରଗଣାରେ ୩ ଜଣ ବ୍ୟକ୍ତିଙ୍କର ମୃତ ହେବା ସହ ଅନ୍ୟ ୧୭ ଜଣ ଆହତ ହୋଇଛନ୍ତି। ସଂଘର୍ଷରେ ସମ୍ପୃକ୍ତ ୧୦ରୁ ଅଧିକ ଲୋକଙ୍କୁ ପୁଲିସ ଗରିଫ କରିଛି।

ମୃତ ୩ ଜଣଙ୍କ ମଧ୍ୟରୁ ୨ ଜଣ ତୃଣମୂଳ କଂଗ୍ରେସର ହୋଇଥିବା ବେଳେ ଅନ୍ୟ ଜଣେ ସପିଏମ୍‌ର ବୋଲି ଜଣାପଡ଼ିଛି। ତୃଣମୂଳ କଂଗ୍ରେସର ବ୍ୟକ୍ତି ଦୁଇ ଜଣ ହେଲେ ନାସିର ହାଲ୍‌ଦାର୍‌ ଏବଂ କୁଦ୍ଦୁସ୍‌ ଗନି। ସିପିଏମ୍‌ ସଦସ୍ୟ ଜଣକ ହେଉଛନ୍ତି ମୁଜାଫର ଅହମଦ୍‌। ଆହତ ବ୍ୟକ୍ତିମାନେ ବାରାସାତ, ବାରାକ୍‌ପୁର ଏବଂ ଆର୍‌ଜି କର ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

ସଂଘର୍ଷ ସମୟରେ ଅନେକ ଗୁଡ଼ିଏ ଘର ପୋଡ଼ି ଦିଆଯାଇଛି। କେତେକ ଗାଁ’ରେ ଏବେ ମଧ୍ୟ ନିଅାଁ ଜଳୁଛି। ସମ୍ପୃକ୍ତ ଅଞ୍ଚଳରେ ଅନେକ ଦେଶୀ ବୋମା ପଡ଼ିଥିବା ଦେଖା ଯାଉଛି। ଘଟଣାସ୍ଥଳକୁ ବିପୁଳ ପୁଲିସ ଫୋର୍ସ ପଠାଯାଇଛି। ବିଭିନ୍ନ ଅଞ୍ଚଳରେ ପୁଲିସ ଚଢ଼ାଉ ଚଳାଇଛି।
ଆମଦଙ୍ଗା-ତାରାବେରିଆ, ମୋରିଚା ଏବଂ ବୋଦାଇ ଗ୍ରାମପଞ୍ଚାୟତଗୁଡ଼ିକର ବୋର୍ଡ ଗଠନ ସ୍ଥଗିତ ରଖାଯାଇଛି।

By amfnews

Related Post