Fri. May 22nd, 2026

ନୀଳଗିରି କଲେଜ ପରିସରରେ ମାଓ ପୋଷ୍ଟର

163 Views

ନୀଳଗିରି  : ବାଲେଶ୍ବର ଜିଲ୍ଲା ନୀଳଗିରି କଲେଜ ପରିସରରେ ଆଜି ମାଓ ପୋଷ୍ଟର ଦେକିବାକୁ ମିଳିଛି। କଲେଜ କାନ୍ଥମାନଙ୍କରେ ଏହି ପୋଷ୍ଟର ଦେଖି ଛାତ୍ରଛାତ୍ରୀଙ୍କ ଭିତରେ ଭୟର ବାତାବରଣ ଖେଳିଯାଇଛି। ଏ ନେଇ ଅଭିଯୋଗ ହେବାପରେ ପୁଲିସ ତ୍ବରିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଷ୍ଟରଗୁଡ଼ିକୁ ଜବତ କରିଛି। ସୂଚନା ଅନୁସାରେ ଆଜି ସକାଳେ ନୀଳଗିରି କଲେଜର ବିଭିନ୍ନ କାନ୍ଥରେ ମାଓବାଦୀ ପୋଷ୍ଟର ଦେଖିବାକୁ ମିଳିଥିଲା। ସିପିଆଇ ମାଓବାଦୀ ଛାତ୍ର ସଂଗଠନ ଲେଖାଥିବା ବିଭିନ୍ନ ପୋଷ୍ଟରରେ କଲେଜରେ ନିର୍ବାଚନ ବନ୍ଦ କରାଯିବା, କଲେଜରେ ଶୈକ୍ଷିକ ବାତାବରଣ ସୃଷ୍ଟି ଏବଂ ଶିକ୍ଷକଶିକ୍ଷୟିତ୍ରୀମାନେ ରାଜନୀତିରୁ ଊର୍ଦ୍ଧ୍ବରେ ରୁହନ୍ତୁ ଲେଖାଥିବା ଦେଖିବାକୁ ମିଳିଥିଲା। ନୀଳଗିରି ଅଞ୍ଚଳରେ ପୂର୍ବରୁ କେବେ ମାଓବାଦୀଙ୍କ ବିଷୟରେ ଶୁଣାଯାଇନଥିବା ବେଳେ ଉକ୍ତ ପୋଷ୍ଟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଥିଲା। ଭାରପ୍ରାପ୍ତ ଅଧ୍ୟକ୍ଷ ଉମାକାନ୍ତ ଶତପଥୀ ଏ ବିଷୟରେ ନୀଳଗିରି ପୁଲିସ୍‌ ଜଣାଇଥିଲେ।

By amfnews

Related Post