Wed. Sep 30th, 2026

ନିୟମିତ କେବିସି ଦେଖୁଥିବାରୁ ପତ୍ନୀ ଜୟା ବଚ୍ଚନଙ୍କୁ ଧନ୍ୟବାଦ ଦେଲେ ବିଗ୍‌ ବି

237 Views

ମୁମ୍ବାଇ  : ଲୋକପ୍ରିୟ ରିୟଲିଟି ସୋ’ ‘କୌନ ବନେଗା କରୋଡପତି’ର ସିଜିନ ୧୧ ରେ ପୁଣି ଥରେ ହୋଷ୍ଟ୍‍ ହୋଇ ସୋ’କୁ ପରିଚାଳନା କରୁଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ। ଅଗଷ୍ଟ ୧୯ ତାରିଖରୁ ଏହି ସା’ ଆରମ୍ଭ ହେବାକୁ ଯାଉଛି। ‘କୌନ୍‌ ବନେଗା କରୋଡ଼ପତି’କୁ ନିୟମିତ ଭାବେ ଦେଖୁଥିବା କାରଣରୁ ପତ୍ନୀ ଜୟା ବଚ୍ଚନଙ୍କୁ ଧନ୍ୟବାଦ ଦେଇଛନ୍ତି ସୁପର୍‌ଷ୍ଟାର୍‌ ଅମିତାଭ ବଚ୍ଚନ।

ସେ କହିଛନ୍ତି କି ‘ମୋ ପରିବାର ସମସ୍ତେ ଏହି ସୋ’ ଦେଖନ୍ତି। ପତ୍ନୀ ଜୟା ନିୟମିତ ଭାବେ ଏହାକୁ ଦେଖିଥାନ୍ତି। ସେ କିଛି ବି କାମ କରୁଥାନ୍ତୁ ମାତ୍ର ଥରେ ସୋ’ ଆରମ୍ଭ ହେବା ମାତ୍ରେ ସେ ଟିଭି ଖୋଲି ବସିପଡ଼ନ୍ତି। ଏହି କାରଣରୁ ମୁଁ ତାଙ୍କୁ ଧନ୍ୟବାଦ ଦେଉଛି।’

ଏହି ସୋ’କୁ ଝିଅ ଶ୍ୱେତା ବଚ୍ଚନ ଓ ବୋହୂ ଐଶ୍ୱର୍ଯ୍ୟା ରାୟ ଖୁବ୍‌ ପସନ୍ଦ କରନ୍ତି ବୋଲି ଅମିତାଭ ବଚ୍ଚନ ପୂର୍ବରୁ ଥରେ କହିଥିଲେ। ପରିବାରର ଛୋଟ ସଦସ୍ୟ ଆରାଧ୍ୟ ବି ସୋ’ ଦେଖିବା ଆରମ୍ଭ କରି ସାରିଲାଣି। ଏପରିକି ସେ ପ୍ରଶ୍ନର ଉତ୍ତର ଦେବାକୁ ମଧ୍ୟ ଚେଷ୍ଟା କରୁଛି ବୋଲି ଅମିତାଭ ବଚ୍ଚନ ଏକ ପ୍ରଶ୍ନର ଉତ୍ତର ଦେଇ କହିଥିଲେ।

By amfnews

Related Post