Sun. Sep 27th, 2026

ନିର୍ମାଣାଧୀନ କାରଖାନାରେ ଦୁର୍ଘଟଣା: ଶ୍ରମିକ ଆହତ ହେବାକୁ କେନ୍ଦ୍ର କରି ଉତ୍ତେଜନା

295 Views

ଯାଜପୁର: ଯାଜପୁର ଜିଲ୍ଲାର ଏକ ନିର୍ମାଣାଧୀନ କାରଖାନାରେ ଦୁର୍ଘଟଣାରେ ଜଣେ ଶ୍ରମିକ ଆହତ ହେବାକୁ କେନ୍ଦ୍ର କରି ଆଜି ସେଠାରେ ଉତ୍ତେଜନା ଦେଖାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକର ହରିଦାସପୁରସ୍ଥିତ ରାମକୋ ସିମେଣ୍ଟ କାରଖାନାରେ ଏଭଳି ଅଘଟଣ ଘଟିଛି।
ଗତକାଲି ରାମକୋ ସିମେଣ୍ଟ କାରଖାନାରେ କାମ କରୁଥିବା ବେଳେ ଜିତେନ୍ଦ୍ର ମେହେଟା ନାମକ ଜଣେ ଅଣଓଡ଼ିଆ ଶ୍ରମିକ ଦୁଘର୍ଟଣାର ଶିକାର ହୋଇଥିଲେ। ଏହାପରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଜିତେନ୍ଦ୍ର ମେହେଟାଙ୍କ ଘର ଝାଡ଼ଖଣ୍ଡରେ ବୋଲି ଜଣାଯାଇଛି।ତାଙ୍କର ବୟସ ୪୦ ବର୍ଷ ବୋଲି କୁହାଯାଉଛି।

ଜିତେନ୍ଦ୍ର ମେହେଟାଙ୍କ ସଂପର୍କରେ କାରଖାନା ପକ୍ଷରୁ କିଛି ସୂଚନା ଦିଆଯାଉ ନଥିବାରୁ ଆଜି ରାମକୋ ସିମେଣ୍ଟ କାରଖାନାରେ କାମ କରୁଥିବା ଶ୍ରମିକ ଏବଂ କର୍ମଚାରୀମାନଙ୍କ ପକ୍ଷରୁ ଆନ୍ଦୋଳନ ଚାଲିଥିବାର ଖବର ମିଳିଛି। ଖବର ପାଇବା ପରେ ଘଟଣାସ୍ଥଳରେ ଧର୍ମଶାଳା ପୁଲିସ ପହଞ୍ଚିଥିବାର ସୂଚନା ମିଳିଛି। ଅପରପକ୍ଷରେ ଏସଂପର୍କରେ ରାମକୋ ସିମେଣ୍ଟ କାରଖାନାର ମାନବସମ୍ବଳ ମୁଖ୍ୟ ସର୍ବେଶ୍ବର ମହାପାତ୍ର କହିଛନ୍ତି ଯେ ଜିତେନ୍ଦ୍ର ମେହେଟାଙ୍କ ଚିକିତ୍ସା ଚାଲିଛି।

By amfnews

Related Post