Fri. Apr 24th, 2026

ନିର୍ବାଚନ ପୂର୍ବରୁ ସୁରେଶ ପ୍ରଭୁଙ୍କ ବଡ଼ ଘୋଷଣା, ଭାରତରେ ନିର୍ମାଣ ହେବ ୧୦୦ଟି ନୂତନ ବିମାନ ବନ୍ଦର

255 Views

ନୂଆଦିଲ୍ଲୀ,ସେପ୍ଟେମ୍ବର୦୪ :

ଦେଶରେ ଆଗାମୀ ୧୦ ରୁ ୧୫ ବର୍ଷ ମଧ୍ୟରେ ୧୦୦ଟି ନୂତନ ବିମାନ ବନ୍ଦରର ନିର୍ମାଣ କରାଯିବ। ଏହା କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ। ଏଥିରେ ପ୍ରାୟ  ୪୨୬୦ ଅରବ ଟଙ୍କା(୬୦ ଅରବ ଡଲାର) ନିବେଶ ହେବ।  ଏହି ବିମାନ ବନ୍ଦରର ନିର୍ମାଣ ସରକାର ନିଜସ୍ଵ ଭାଗିଦାରୀ(ପିପିପି) ଫର୍ମୁଲାରେ କରିବେ।

ପ୍ରଭୁ ମଙ୍ଗଳବାର ଏଠାରେ ଚାଲିଥିବା ଅନ୍ତରାଷ୍ଟ୍ରୀୟ ବିମାନ ସମିତି ସମୟରେ ଏହାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଭାରତୀୟ ଅର୍ଥ ବ୍ୟବସ୍ଥାର ଦ୍ରୁତ ବିକାଶ କାରଣରୁ ଦେଶରେ ବିମାନ କ୍ଷେତ୍ରରେ ଯାତାୟାତ ଅଧିକ ବୃଦ୍ଧି ପାଇଛି।  ଏହି କାରଣରୁ ଆଗାମୀ ୧୦ ରୁ ୧୫ ବର୍ଷ ମଧ୍ୟରେ ଅତି କମରେ ୧୦୦ଟି ନୂତନ ବିମାନ ବନ୍ଦର ନିର୍ମାଣ କରାଯିବ।

ଏହି ସମୟରେ କାର୍ୟ୍ୟକ୍ରମକୁ ସମ୍ବୋଧିତ କରି ଇଣ୍ଟରନ୍ୟାସନାଲ ଏୟାର ଟ୍ରାନ୍ସପୋର୍ଟ ଆସୋସିଏସନ(ଆଏଟା)ର ନିର୍ଦ୍ଦେଶକ ଜେନେରାଲ ତଥା ସିଇଓ ଆଲେଜେଣ୍ଡ୍ର ଡି ଜୁନିୟକ କହିଛନ୍ତି ଯେ ଭାରତରେ ବିମାନ ଚଳାଚଳ କ୍ଷେତ୍ରରେ ଭିତ୍ତିଭୂମୀର ଘୋର ଅଭାବ ରହିଛି ଏବଂ ଏଥିରେ ଆମେ ସରକାରଙ୍କ ନୀତିଗତ ସହାୟତା ଆଶା କରୁଛୁ।

By amfnews

Related Post