Thu. Aug 13th, 2026

ନିରାକାରପୁର: ଟ୍ରେନ୍‌ ଲାଇନ୍‌ରେ ଫାଟ, ମରାମତି ପରେ ରେଳ ଚଳାଚଳ ସ୍ୱାଭାବିକ

485 Views

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ନିକଟସ୍ଥ କାଶିପୁର-ହରିପୁର ଲେବଲକ୍ରସିଂ ମଧ୍ୟବର୍ତ୍ତୀ ଅଞ୍ଚଳରେ ଆଜି ସକାଳେ ରେଳ ଧାରଣା ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ସୂଚନା ପାଇ ରେଳବାଇ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି। ସୌଭାଗ୍ୟକୁ ସେହି ଲାଇନ୍‌ରେ କୌଣସି ଟ୍ରେନ୍‌ ଚଳାଚଳ କରି ନ ଥିବାରୁ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିଛି ବୋଲି କୁହାଯାଉଛି।
ଆଜି ସକାଳେ ରେଲଧାରଣା ଚେକିଂ ସମୟରେ କାଶିପୁର-ହରିପୁର ଲେବଲକ୍ରସିଂ ମଧ୍ୟବର୍ତ୍ତୀ ଅଞ୍ଚଳରେ ରେଲ ଧାରଣାର ଖଣ୍ଡେ ଭାଙ୍ଗି ଯାଇ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲ।ା ଡାଉନ୍‌ ଲାଇନ୍‌ରେ ଏହି ଫାଟ ଦେଖା ଦେବା ପରେ ଏ ସମ୍ପର୍କରେ ସଙ୍ଗେ ସଙ୍ଗେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା। ଫଳରେ ସେହି ଲାଇନ୍‌ରେ ଟ୍ରେନ୍‌ ଚଳାଚଳକୁ ସାମୟିକ ଭାବେ ବନ୍ଦ କରି ମରାମତି କରାଯାଇଛି। ତେବେ ଏହି ଲାଇନ୍‌ରେ ଟ୍ରେନ୍‌ର ଗତି ଘଣ୍ଟା ପ୍ରତି ୨୦ରୁ ୩୦ କିଲୋମିଟର ମଧ୍ୟରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାଯାଇଛି।

By amfnews

Related Post