Thu. Jul 2nd, 2026

ନିଜକୁ ପ୍ରଧାନମନ୍ତ୍ରୀଙ୍କ ଆଧ୍ୟାତ୍ମିକ ଗୁରୁ ବୋଲିି ପରିଚୟ ଦେଇ ଯୁବକ ଗିରଫ

251 Views

ନୂଆଦିଲ୍ଲୀ :  ନିଜକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିକଙ୍କ ଆଧ୍ୟାତ୍ମିକ ଗୁରୁ ବୋଲି ପରିଚୟ ଦେଇ ଦେଶର ବିଭିନ୍ନ ଅଞ୍ଚଳ ବୁଲିବା ସମୟରେ   ଅନଧିକାରଭାବେ ବିଭିନ୍ନ ସରକାରୀ ଅଧିକାରୀଙ୍କ ଠାରୁ ଅନୁଗ୍ରହ ହାସଲ କରୁଥିବା ଜଣେ ୩୩ ବର୍ଷୀୟ ଯୁବକଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି। ଗିରଫ ଯୁବକଙ୍କ ନାମ ପୁଲ୍ଲକିତ ମିଶ୍ର ଓ ସେ ଜଣେ କଥକ ନୃତ୍ୟଗୁରୁ। ତାଙ୍କର ପ୍ରଧାନମନ୍ତ୍ରୀ କିମ୍ବା ସଂସ୍କୃତି ବିଭାଗ ସହିତ କୌଣସି ସମ୍ପର୍କ ନାହିଁ। ସେ କେବଳ ଏକ କଥକ ନୃତ୍ୟ ବିଦ୍ୟାଳୟ ସଂଚାଳନ କରନ୍ତି ବୋଲି ତଦନ୍ତ ବେଳେ ଜଣାପଡ଼ିଛି।

ଦିଲ୍ଲୀ କ୍ରାଇମ ବ୍ରାଞ୍ଚର  ଡେପୁଟି କମିସନର ଜୟ ତିର୍କୀଙ୍କ ଠାରୁ ପ୍ରକାଶ ଯେ,  ପୁଲ୍ଲିକତ ମିଶ୍ର ଉତ୍ତର ପ୍ରଦେଶରର ସୀତାପୁର ଜିଲ୍ଲାପାଲଙ୍କ କାର୍ଯ୍ୟାଳୟକୁ  ଏକ ଫ୍ୟାକ୍ସ ପଠାଇ ନିଜକୁ  ସଂସ୍କୃତି ମନ୍ତ୍ରଣାଳୟର ସଚିବ ଭାବେ ଦର୍ଶାଇ ତାଙ୍କ ଗସ୍ତ ସମୟରେ ସୁରକ୍ଷା କମୀ ଓ  ରହିବାର ବ୍ୟବସ୍ଥା ପାଇଁ ଅନୁରୋଧ କରିଥିଲେ। ଯଦିଓ ଜିଲ୍ଲାପାଳ ଏହାକୁ ସନ୍ଦେହ କରିଥିଲେ,  ମାତ୍ର ତଦନ୍ତ ପାଇଁ ସମୟ ନ ଥିବାରୁ  ସେ ପୁଲ୍ଲକିତ ମିଶ୍ର ଓ ତାଙ୍କ ସହଯୋଗୀଙ୍କ ପାଇଁ ରହିବା ଓ ସୁରକ୍ଷା ବ୍ୟବସ୍ଥା କରିଥିଲେ। ମାତ୍ର ସେମାନେ ବିଭିନ୍ନ ମନ୍ଦିର ବୁଲି ଫେରିଯିବା ପରେ  ଜିଲ୍ଲା ପ୍ରଶାସନକୁ  ଶ୍ରୀ ମିଶ୍ର ଠକିଥିବା ଜଣାପଡ଼ିଥିଲା। ଏହି ଆଧାରର ଜିଲ୍ଲାପାଳ ଦିଲ୍ଲୀ ପୁଲିିସକୁ ଘଟଣାସମ୍ପର୍କରେ ଅବଗତ କରିବାରୁ ଶ୍ରୀ ମିଶ୍ରଙ୍କୁ ଗାଜିଆବାଦ ଠାରୁ ଗିରଫ କରାଯାଇଛି। ଗିରଫ ସମୟରେ ଶ୍ରୀ ମିଶ୍ର ନିଜକୁ ପ୍ରଧାନମନ୍ତ୍ରୀଙ୍କ ଆଧ୍ୟାତ୍ମିକ ଗୁରୁ ବୋଲି କହି ପୁଲିସ ଉପରେ ଚାପ ପକାଇବାକୁ ଚେଷ୍ଟା କରିଥିଲେ। ମାତ୍ର ତଦନ୍ତ ସମୟରେ ଏହା ସ୍ପଷ୍ଟ  ହୋଇଥିଲା ଯେ ଶ୍ରୀ ମିଶ୍ର କେବଳ ପ୍ରଧାନମନ୍ତ୍ରୀଙ୍କ ନାମକୁ ବ୍ୟବହାର କରି ଅଧିକାରୀମାନଙ୍କୁ ଠାରୁ ଅନଧିକାର ଅନୁଗ୍ରହ ହାସଲ ପାଇଁ ଚେଷ୍ଟା କରୁଥିଲେ।

By amfnews

Related Post