Sat. Oct 3rd, 2026

ନିଜ ଚିତାରେ ନିଅାଁ ଲଗାଇ ଆତ୍ମହତ୍ୟା କଲେ ଋଣଗ୍ରସ୍ତ ଚାଷୀ

226 Views

ନୂଆଦିଲ୍ଲୀ, ୧୨ା୧୧: ମହାରାଷ୍ଟ୍ରର ନାନ୍ଦେଦ୍‌ ଜିଲ୍ଲାର ଜଣେ ୬୫ ବର୍ଷିୟ ଋଣଗ୍ରସ୍ତ କୃଷକ ନିଜେ ନିଜ ଚିତାରେ ନିଅାଁ ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଛି।ପୁଲିସ ଅଧିକାରୀଙ୍କ କହିବା ଅନୁସାରେ, ମୃତ ବ୍ୟକ୍ତିଙ୍କ ନାମ ପୋଟାନ୍ନା ରାମାଲୁ ବୋପିଲ୍‌ଓ୍ଵାଡ ବ୍ୟାଙ୍କ୍‌ ଏବଂ ଫସଲ ହାନୀ ହେବାରୁ ସେ ସମବାୟ ସମାଜରୁ କରିଥିବା ଋଣ ଶୁଝି ନ ପାରି ବିଷାଦଗ୍ରସ୍ତ ହୋଇଥିଲେ।ରାଜ୍ୟ ସରକାରଙ୍କ ଋଣ ଛାଡ଼ ଯୋଜନାରେ ଉପକୃତ ହେବା ନିମନ୍ତେ ସେ ଅନ୍‌ଲାଇନ୍‌ ଫର୍ମ ପୂରଣ କରିଥିଲେ, କିନ୍ତୁ ହିତାଧିକାରୀଙ୍କ ତାଲିକାରେ ତାଙ୍କ ନାଁ ଉଠି ନ ଥିଲା।

ଶୁକ୍ରବାର ସନ୍ଧ୍ୟାରେ ବୋପିଲ୍‌ଓ୍ଵାଡ ମୁମ୍ବାଇ ଠାରୁ ୫୭୫ କିଲୋମିଟର୍‌ ଦୂର ଊମ୍‌ରି ଅଞ୍ଚଳରେ ଥିବା ତୁରତି ଗାଁରେ ଥିବା ନିଜ ଖମାରକୁ ଯାଇ ବିଲରେ ଚିତା ପ୍ରସ୍ତୁତ କରି ନିଅାଁ ଲଗାଇ ଆତ୍ମ ହତ୍ୟା କରିଥିଲେ।ତହିଁ ଆରଦିନ ସେ ଘରକୁ ନ ଫେରିବାରୁ, ପୁଅ ମହଦୁ ବାପାଙ୍କୁ ଖୋଜିବାକୁ ଖମାରକୁ ଗଲା ପରେ ସମସ୍ତ ଘଟନା ଜଣାପଡ଼ିଥିଲା।ଆକସ୍ମିକ ମୃତ୍ୟୁ ମାମଲା ରୁଜୁ କରି ଉମ୍‌ରି ଥାନା ପୁଲିସ ଅଧିକ ତଦନ୍ତ ଚଳାଇଛି।

By amfnews

Related Post