Tue. Sep 22nd, 2026

ନିଜ ଘରକୁ ପକ୍ଷୀଶାଳରେ ପରିଣତ କରି ଦେଇଛନ୍ତି ଭୁବନେଶ୍ୱରର ଏହି ପକ୍ଷୀ ପ୍ରେମୀ

457 Views

ସରୋଜ କୁହନ୍ତି, ‘ଗତ ୪୦ ବର୍ଷ ହେବ ମୁଁ ମୋ ଘରେ ଏପରି ପକ୍ଷୀମାନଙ୍କୁ ପାଳି ଆସୁଛି। ଆମ ଘରେ ଭିନ୍ନ ଭିନ୍ନ ପକ୍ଷୀ ସବୁ ଅଛନ୍ତି। ପକ୍ଷୀମାନଙ୍କୁ ସହଜ ଅନୁଭବ ହେବା ପରି ପରିବେଶ ମୁଁ ମୋ ଘରେ ସୃଷ୍ଟି କରିଛି।’

ସରୋଜ ତାଙ୍କ ଘରେ ପକ୍ଷୀମାନଙ୍କ ପାଇଁ ପିଞ୍ଜରା ତିଆରି କରିଛନ୍ତି। କେବଳ ପିଞ୍ଜରା ନୁହେଁ ପକ୍ଷୀମାନଙ୍କୁ ଖୋଲା ପରିବେଶର ଅନୁଭବ ଦେବା ପାଇଁ ସେ ତାଙ୍କ ଘରେ ନକଲି ଗଛ ବି କରିଛନ୍ତି। ପକ୍ଷୀମାନଙ୍କୁ ସେ ଖୋଲା ଛାଡ଼ନ୍ତି। ପିଞ୍ଜରାରେ ବନ୍ଦ କରି ରଖନ୍ତି ନାହିଁ। ସରୋଜଙ୍କ ଘରେ ପକ୍ଷୀମାନେ ପରିବାରର ସଦସ୍ୟ ପରି ରୁହନ୍ତି। ପରିବାର ଲୋକଙ୍କ କାନ୍ଧରେ ମୁଣ୍ଡରେ ବସି ଗେହ୍ଳା ହୁଅନ୍ତି।

ସରୋଜଙ୍କ ପତ୍ନୀ କୁହନ୍ତି, ‘ଏହି ପକ୍ଷୀମାନଙ୍କୁ ନେଇ ଆମେ ବେଶ୍‌ ଖୁସି। ଆମେ ଠିକ୍‌ ସମୟରେ ସେମାନଙ୍କ ଖାଇବା ପିଇବାର ଯତ୍ନ ନେଉ। ଏହି ପକ୍ଷୀମାନଙ୍କୁ ଦେଖିବା ପାଇଁ ଆମ ଘରକୁ ଲୋକଙ୍କ ସୁଅ ଛୁଟେ। ଲୋକମାନେ ଆସି ଆମ ଘରୁ ବିଭିନ୍ନ ପକ୍ଷୀ ଦେଖି ଖୁସି ହୋଇ ଫେରନ୍ତି ଓ ଆମେ ବି ଖୁସି ହେଉ।’

By amfnews

Related Post