Sat. Jul 25th, 2026

ନିଖୋଜ ଏଏନ୍‌-୩୨ ବିମାନର ସନ୍ଧାନଦାତାଙ୍କୁ ୫ ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ଘୋଷଣା କଲା ବାୟୁସେନା

265 Views

ନୂଆଦିଲ୍ଲୀ: ୧୩ ଜଣ କର୍ମଚାରୀଙ୍କ ସହ ଅରୁଣାଚଳ ପ୍ରଦେଶରେ ନିରୁଦ୍ଦେଶ ହୋଇ ଯାଇଥିବା ଆଣ୍ଟୋନୋଭ୍‌ ଆନ୍‌-ଥାର୍ଟିଟୁ ବିମାନ ସମ୍ବନ୍ଧରେ ଯେଉଁ ବ୍ୟକ୍ତି ବିଶ୍ୱସନୀୟ ସୂଚନା ଦେଇ ପାରିବେ ତାଙ୍କ ପାଇଁ ୫ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ଭାରତୀୟ ବାୟୁସେନା ଘୋଷଣା କରିଛି।
ନିରୁଦ୍ଦିଷ୍ଟ ବିମାନର ପତ୍ତା ପାଇବା ପାଇଁ ଭାରତୀୟ ବାୟୁସେନା ଯୋର୍‌ଦାର୍‌ ତଲାସ ଅଭିଯାନ ଆରମ୍ଭ କରିଛି। ଆଜିକୁ ୬ ଦିନ ହେବ ଏନ୍‌-୩୨ ବିମାନ ନିରୁଦ୍ଦେଶ ହୋଇଥିଲେ ଏବଂ ବାରମ୍ବାର ଉଦ୍ୟମ କରି ମଧ୍ୟ ସୈନିକମାନେ ତା’ର ପତ୍ତା ପାଇବାରେ ବିଫଳ ହୋଇଛନ୍ତି।

ପ୍ରତିରକ୍ଷା ଲୋକସମ୍ପର୍କ ଅଧିକାରୀ ଉଇଙ୍ଗ୍‌ କମାଣ୍ଡର୍‌ ରତ୍ନାକର ସିଂହ ଶନିବାର ଦିନ ନିଶ୍ଚିତ କରିଛନ୍ତି ଯେ ନିରୁଦ୍ଦିଷ୍ଟ ଏଏନ୍‌-୩୨ ବିମାନର ପତ୍ତା ପାଇବାରେ ସହାୟକ ହେବା ଭଳି ବିଶ୍ୱସନୀୟ ସୂଚନା ଯୋଗାଣକାରୀ ବ୍ୟକ୍ତିବିଶେଷ ବା ବ୍ୟକ୍ତିମାନଙ୍କୁ ନଗଦ ୫ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ଇଷ୍ଟର୍ଣ୍ଣ ଏୟାର୍‌ କମାଣ୍ଡ୍‌ର ଏଓସି ଇନ୍‌ଚାର୍ଜ ଏୟାର୍‌ ମାର୍ସାଲ୍‌ ଆର୍‌ଡି ମାଥୁର ଘୋଷଣା କରିଛନ୍ତି।

ପୁରସ୍କାର ରାଶି ଘୋଷଣା କରିବା ସହ ଏୟାର୍‌ ମାର୍ସଲ୍‌ ଆର୍‌ଡି ମାଥୁର ନିଖୋଜ ବିମାନ ସଂକ୍ରାନ୍ତରେ ସଦ୍ୟତମ ସୂଚନା ଦେବା ନିମନ୍ତେ କେତୋଟି ଫୋନ୍‌ ନମ୍ବର ମଧ୍ୟ ଦେଇଛନ୍ତି। ସେସବୁ ହେଲା- 0378-3222164, 9436499477, 9402077267 and 9402132477

ବାୟୁସେନା ଉତ୍କଷ୍ଟ ସମ୍ବଳ ଉପଯୋଗ କରିଥିଲେ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ କୋହଲା ପାଗ ଯୋଗୁଁ ବିମାନଟିର ସନ୍ଧାନ ପାଉ ନାହାନ୍ତି। ତଲାସ ଚାଲିଥିବା ଅଞ୍ଚଳଟି ପାହାଡ଼ିଆ ଏବଂ ଅରମାଭରା ନିବିଡ଼ ଅରଣ୍ୟ ବୋଲି ଭାରତୀୟ ବାୟୁସେନା ତା’ର ବିବୃତିରେ କହିଛି।

By amfnews

Related Post