Fri. Jul 3rd, 2026

ନାଳକୁ ଖସି ପଡ଼ିଲା ବାଇକ୍‌; ଜଣେ ମୃତ, ୨ ଗୁରୁତର

141 Views

ମୋହନା : ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ନରଣପୁର ଗାଁ ନିକଟରେ ଏକ ବାଇକ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼ ନାଳକୁ ଖସି ପଡ଼ିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଥିସହ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।

ମୃତ ଯୁବକଙ୍କ ନାଁ ପିଟର ନାୟକ। ତାଙ୍କ ଘର ଆମ୍ୱ ଗାଁରେ। ଆହତଦ୍ୱୟ ହେଲେ ଧର୍ମେନ୍ଦ୍ର ନାୟକ ଓ ହେନେରୀ ନାୟକ। ଉଭୟଙ୍କ ଘର କାଲିମା ଗାଁରେ। ଏମାନେ ସମସ୍ତେ ସାଙ୍ଗ ଥିଲେ।

ରାତି ପ୍ରାୟ ୨ଟା ବେଳେ ଏହି ତିନି ଜଣ ଯୁବକ ଏକ ବାଇକ୍‌ରେ କାଲିମାରୁ ପଦାଗାଁ ଯାଉଥିଲେ। ଏହି ସମୟରେ ନରଣପୁର ଗାଁ ନିକଟରେ ଥିବା ବୁଲାଣିଆ ରାସ୍ତାରେ ବାଇକ୍‌ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ନାଳକୁ ଖସି ପଡ଼ିଥିଲା। ଏହାପରେ ହେନେରୀ ତାଙ୍କ ଗାଁର ଜଣେ ଅଟୋ ଡ୍ରାଇଭରଙ୍କୁ ଫୋନ୍‌ କରି  ଘଟଣା ସମ୍ପର୍କରେ ଜଣାଇଥିଲେ। ଅଟୋ ଡ୍ରାଇଭର ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ମୋହନା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ସେଠାରେ  ପିଟର ନାୟକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସେହିପରି ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅଡ଼ବା ପୁଲିସ୍‌ ପିଟରଙ୍କ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି।

By amfnews

Related Post