Sat. Jul 4th, 2026

ନାମ୍ବି ନାରାୟଣନ୍‌ଙ୍କ ବିରୋଧରେ ଆଗତ ୧୯୯୪ ଗୁପ୍ତଚର ମାମଲା ତଦନ୍ତ କରିବା ଲାଗି ‘ସିବିଆଇ’କୁ ଆଦେଶ ଦେଲେ ସୁପ୍ରିମ୍‌ କୋର୍ଟ

222 Views

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନର (ଇସ୍ରୋ) ପୂର୍ବତନ ବୈଜ୍ଞାନିକ ନାମ୍ବି ନାରାୟଣନ୍‌ଙ୍କ ବିରୋଧରେ ଆଗତ ୧୯୯୪ ଗୁପ୍ତଚର ମାମଲାର ତଦନ୍ତ କରିବା ନିମନ୍ତେ ଗୁରୁବାର ଦିନ ସୁପ୍ରିମ୍‌ କୋର୍ଟ ‘ସିବିଆଇ’କୁ ଆଦେଶ ଦେଇଛନ୍ତି।

ତାଙ୍କୁ ଏହି ମାମଲାରେ ସମ୍ପୃକ୍ତ କରିବା ଲାଗି ପୁଲିସ ଷଡ୍‌ଯନ୍ତ୍ର କରିଛି ବୋଲି କୁହାଯାଉଥିବା ଏହି ଘଟଣାର ‘ସିବିଆଇ’ ତଦନ୍ତକୁ ନାରାୟଣନ୍‌ ସ୍ୱାଗତ କରିଛନ୍ତି। ତିରୁବନନ୍ତପୁରମ୍‌ରେ ଥିବା ‘ଇସ୍ରୋ’ର ଏହି ପୂର୍ବତନ ବୈଜ୍ଞାନିକ କହିଛନ୍ତି, ମୁଁ ଆନନ୍ଦିତ। ଦେଶର ‘କ୍ରାୟୋଜେନିକ୍‌ ପ୍ରୋଜେକ୍ଟ୍‌’ ବିଳମ୍ବ କରାଇଥିବା ଏହି ଷଡ୍‌ଯନ୍ତ୍ରର ତଦନ୍ତ ନିମନ୍ତେ ମୁଁ କେନ୍ଦ୍ରୀୟ ଏଜେନ୍‌ସିର ସହାୟତା ଲୋଡୁଥିଲି।

Image Courtesy of India Today

ନାମ୍ବି ନାରାୟଣନ୍‌ଙ୍କୁ ସମ୍ପୃକ୍ତ କରାଯାଇଥିବା ୧୯୯୪ର ଏହି ଗୁପ୍ତଚର ମାମଲାରେ ଭୁଲ୍‌ କରିଥିବା ପୁଲିସ କର୍ମଚାରୀଙ୍କ ଭୂମିକା ସମ୍ବନ୍ଧରେ ଦାଖଲ କରାଯାଇଥିବା ରିପୋର୍ଟର ବିଚାର ନିମନ୍ତେ ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାରଙ୍କ ଆବେଦନର ଶୁଣାଣି କରିବା ବେଳେ ଏହି ଆଦେଶ ଦେଇଛନ୍ତି। ୨୦୧୮ରେ ସୁପ୍ରିମ୍‌ କୋର୍ଟ ନାମ୍ବି ନାରାୟଣନ୍‌ଙ୍କୁ ଦୋଷ ମୁକ୍ତ କରିବା ସହ କ୍ଷତି ପୂରଣ ବାବଦକୁ ୫୦ ଲକ୍ଷ ଟଙ୍କା ଦିଆଇଥିଲେ।

ନିଯୁକ୍ତ କରିଥିବା କମିଟିର ରିପୋର୍ଟ ଗ୍ରହଣ କରିବା ସହ ୧୯୯୪ ଗୁପ୍ତଚର ମାମଲାରେ ଅଧିକ ତଦନ୍ତ କରିବାକୁ ସୁପ୍ରିମ୍‌ କୋର୍ଟ ‘ସିବିଆଇ’କୁ କହିଛନ୍ତି।

By amfnews

Related Post