Sat. Apr 25th, 2026

ନାବାଳିକାଙ୍କୁ ମଦ ପିଆଇ ଗଣଦୁଷ୍କର୍ମ

202 Views

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାରେ ଏବେ ଦୁଷ୍କର୍ମ ମାମଲା ନିୟମିତ ବ୍ୟବଧାନରେ ପରିଲକ୍ଷିତ ହେଉଛି। ଅନେକ ନାବାଳିକା ମଧ୍ୟ ଏହାର ଶିକାର ହେଉଥିବା ବେଳେ ଏସବୁ ଘଟଣାର ଅଭିଯୁକ୍ତଙ୍କ ଭିତରେ ଅନେକ ନାବାଳକ ରହୁଥିବା ବିଭିନ୍ନ ମହଲ ପାଇଁ ଚିନ୍ତାର ବିଷୟ ପାଲଟିଛି। କିଛିଦିନ ତଳେ କୁଆରମୁଣ୍ଡା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଟେକିନେଇ ଗଣଦୁଷ୍କର୍ମ କରିବା ଘଟଣା ଜନମାନସରୁ ନ ଲିଭୁଣୁ ଏବେ ଟାଙ୍ଗରପଲ୍ଲୀ ଥାନା ଅଞ୍ଚଳରେ ଜଣେ ନାବାଳିକା (୧୫) ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଉଦ୍‌ବେଗଜନକ ବିଷୟ ଏହା ଯେ, ବିଗତ ଦିନରେ ଘଟିଥିବା ଗଣଦୁଷ୍କର୍ମ ମାମଲା ଭଳି ଏହି ଘଟଣାରେ ମଧ୍ୟ ୨ ଜଣ ନାବାଳକ ସାମିଲ ଅଛନ୍ତି। ଟାଙ୍ଗରପଲ୍ଲୀ ପୁଲିସ ଦୁଇ ଅଭିଯୁକ୍ତ ନାବାଳକଙ୍କୁ କାବୁ କରି ଆଜି ବାଳସୁଧାର ଗୃହକୁ ପଠାଇଦେଇଛି। ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ (୧୯) ଫେରାର ଥିବାବେଳେ ପୁଲିସ ତଦନ୍ତ ଜାରି ରଖିଛି।

By amfnews

Related Post