Sun. Oct 18th, 2026

ନାବାଳକ ଅପହରଣ ଅଭିଯୋଗରେ ଗିରଫ

351 Views

ପୁରୀ, ନଭେମ୍ବର ୧୭: ଜଣେ ନାବାଳକକୁ ଅପହରଣ କରିବା ଅଭିଯୋଗରେ ସଦର ଥାନା ପୁଲିସ ନାବାଳକର ଦାଦାକୁ ଗିରଫ କରିଛି। ପୁଲିସ କହିଛି ଯେ ସଦର ଥାନା ଅନ୍ତର୍ଗତ ରେଣ୍ଢା ଗ୍ରାମ ନିବାସୀ ସୁଦର୍ଶନ ପାତ୍ର ଅଭିଯୋଗ କରିଛନ୍ତି ଯେ ଗତ ୮ ତାରିଖ ସନ୍ଧ୍ୟା ସାଢ଼େ ସାତଟା ସମୟରେ ତାଙ୍କ ପୁଅ ବିଭୂତି ପାତ୍ର(୧୦)କୁ ତାଙ୍କର ସାନ ଭାଇ ନିରଞ୍ଜନ ପାତ୍ର(୩୦) ଓ ତା’ର ପତ୍ନୀ କାବେରୀ କିଛି ଅସାମାଜିକ ଯୁବକଙ୍କ ଦ୍ବାରା ଅପହରଣ କରି ନେଇଥିଲେ।

ସେମାନେ ବିଭୂତିର ହାତଗୋଡ଼ ବାନ୍ଧି ନେଇଯାଉଥିବା ବେଳେ ରେଣ୍ଢା ଛକରେ ତାକୁ ଛାଡ଼ି ଦେଇଥିଲେ। ଏହା ସହିତ ତାକୁ ମାଡ଼ ମାରିବା ସହିତ ଜଗନ୍ନାଥପୁର ମଶାଣୀ ଛକରେ ଫିଙ୍ଗି ଦେଇଥିଲେ। ଏହା ସହିତ ତାକୁ ହତ୍ୟା ଧମକ ଦିଆଯାଇଥିଲା। ତେଣୁ ଏ ସମ୍ପର୍କରେ ସୁଦର୍ଶନ ସଦର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ନିରଞ୍ଜନକୁ ଗିରଫ କରି କୋର୍ଟଚାଲାଣ କରିଛି।

By amfnews

Related Post