Wed. Sep 2nd, 2026

ନରେନ୍ଦ୍ର ମୋଦୀଙ୍କ ଦୃଢ଼ ସମାଲୋଚକ ଷ୍ଟାଣ୍ଡଅପ୍‌ କମେଡିଆନ୍‌ କୁନାଲ କାମରାଙ୍କର ସୋ’ ବାତିଲ

379 Views

ମୁମ୍ବାଇ  : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ସମାଲୋଚକ ଭାବେ ଜଣାଶୁଣା ଲୋକପ୍ରିୟ ଷ୍ଟାଣ୍ଡଅପ୍‌ କମେଡିଆନ୍‌ କୁନାଲ କାମରାଙ୍କର ସୁରଟରେ ଗତ ଶନିବାର ଦିନର କାର୍ଯ୍ୟକ୍ରମକୁ ବାତିଲ କରି ଦିଆଯାଇଛି। ମୁମ୍ବାଇର ଏକ ଏଣ୍ଟରଟେନମେଣ୍ଟ କଂପାନିକୁ ଲୋକେ ବିରୋଧ କରିବା ଫଳରେ ଏଭଳି ନିଷ୍ପତ୍ତି ନେବାକୁ ପଡ଼ିଥିଲା ବୋଲି ଜଣାଯାଇଛି।

କେତେକ ଲୋକ କାର୍ଯ୍ୟକ୍ରମର ଆୟୋଜନ ସ୍ଥଳରେ ପହଞ୍ଚି କାର୍ଯ୍ୟକ୍ରମ ବନ୍ଦ କରିବାକୁ ଧମକ ଦେଇଥିଲେ। ଯଦି ତା’ହା ନ ହୁଏ,ତେବେ ସେମାନେ କୁନାଲ କାମରାଙ୍କ ଉପରକୁ ପଚା ଅଣ୍ଡା ଓ ଟମାଟୋ ଫୋପାଡ଼ିବେ ଓ ତାଙ୍କୁ ସୋ’ କରାଇବାକୁ ଦେବେ ନାହିଁ ବୋଲି କହିଥିଲେ। ଏହାପରେ ବାଧ୍ୟ ହୋଇ ଆୟୋଜକମାନେ ଉକ୍ତ ସୋ’କୁ ବାତିଲ କରିଥିବା ଜଣାଯାଇଛି।ଏହି ଘଟଣା ଏବେ ସାରା ଗୁଜୁରାଟରେ ଚର୍ଚ୍ଚାର ବିଷୟ ହୋଇଛି। ଅପରପକ୍ଷରେ ମହିଧରପୁରା ପୁଲିସ ଇନସ୍ପେକ୍ଟର ପିଏ ଆର୍ଯ୍ୟ କହିଛନ୍ତି ଯେ ଆୟୋଜକମାନେ କାର୍ଯ୍ୟକ୍ରମ ପାଇଁ ଅନୁମତି ନେଇ ନ ଥିଲେ। ଏହି କାରଣରୁ କୁନାଲଙ୍କ ସୋ’କୁ ବାତିଲ କରିଦିଆଯାଇଥିଲା।

By amfnews

Related Post