Thu. May 14th, 2026

ନଭେମ୍ବର ୧୨ରୁ କଟକର ଐତିହାସିକ ବାଲିଯାତ୍ରା ଆରମ୍ଭ, ୮ ଦିନଧରି ଚାଲିବ

282 Views

କଟକ :  ଆଗାମୀ ନଭେମ୍ବର ୧୨ ତାରିଖରୁ କଟକର ଐତିହାସିକ ବାଲିଯାତ୍ରା ଆରମ୍ଭ ହେବ ବୋଲି ସୂଚନା ମିଳିଛି। ମହାନଦୀର ଗଡ଼ଗଡ଼ିଆ ଘାଟ କୂଳରେ ଆୟୋଜିତ ହୋଇ ଆସୁଥିବା ଦେଶର ଏହି ସର୍ବବୃହତ୍ ମୁକ୍ତାକାଶ ବାଣିଜ୍ୟିକ ମେଳା ବାଲିଯାତ୍ରା ଏଥର ଆଠ ଦିନଧରି ଚାଲିବ ବୋଲି ଜଣାଯାଇଛି।ଏହା ନଭେମ୍ବର ୧୨ ତାରିଖରୁ ଆରମ୍ଭ ହୋଇ ୧୯ ତାରିଖରେ ଶେଷ ହେବ ବୋଲି ଜଣାଯାଇଛି।


ଦେଶର ସର୍ବବୃହତ୍ ମୁକ୍ତାକାଶ ବାଣିଜ୍ୟିକ ମେଳା କୁହାଯାଉଥିବା ଏହି ମେଳା ଗତବର୍ଷ ପ୍ରଥମ ଥର ପାଇଁ ଦଶ ଦିନ ଚାଲିଥିଲା। ବାଲିଯାତ୍ରା ସର୍ବାଧିକ ୮ଦିନ ଆୟୋଜନର ରେକର୍ଡ ଥିଲେ ବି ଗତ ବର୍ଷ ପ୍ରତିବର୍ଷ ଦଶ ଦିନ ଆୟୋଜନ ନେଇ ଜିଲ୍ଲା ପ୍ରଶାସନ ଘୋଷଣା କରିଥିଲା। କିନ୍ତୁ ତାହା ଏଥର ସମ୍ଭବପର ହୋଇନଥିବା ଜଣାଯାଇଛି। ଫଳରେ ଏଥର ମାତ୍ର ୮ଦିନ ଯାଏଁ ଚାଲିବ କଟକର ଏହି ଐତିହାସକ ବାଲିଯାତ୍ରା। ଏଠାରେ ଏବର୍ଷ ବି ଲୋକଙ୍କ ଭିଡ଼ ଜମିବ ବୋଲି ଆଶା କରାଯାଉଛି।

By amfnews

Related Post