Fri. Jul 3rd, 2026

ନବେ ଦଶକର ଏହି ଓଡ଼ିଆ ତାରକା ଏବେ ସନ୍ନ୍ୟାସିନୀ ମାତା ମାହେଶ୍ୱରୀ

536 Views

ଭୁବନେଶ୍ୱର, ଜାନୁଆରୀ ୧୮: ବହୁ ବର୍ଷପରେ ଏବେ ପୁଣି ଚର୍ଚ୍ଚାରେ ବିଗତ ଦିନର ଆଲବମ୍‌,ସିନେମା ଏବଂ ଟେଲି ତାରକା ଶ୍ୱେତା ମଲ୍ଲିକ। ତାଙ୍କୁ ନବେ ଦଶକରେ ଦର୍ଶକ ବହୁ ଓଡ଼ିଆ ଆଲବମରେ ଦେଖିବାକୁ ପାଇଥିଲେ। ତା‘ଛଡ଼ା ଶ୍ୱେତା ମଲ୍ଲିକ ସୁନା ହରିଣୀ ଏବଂ ସୁହାଗ ସିନ୍ଦୂର ଭଳି ଓଡ଼ିଆ ସିନେମାରେ ବି ଅଭିନୟ ମଧ୍ୟ କରିଥିଲେ। ତାଙ୍କର ସେକ୍ସି ଅନ୍ଦାଜ୍‌ ଦର୍ଶକଙ୍କୁ ଘାଇଲା କରିଥିଲା। ସେ ପ୍ରାୟ ଅଠର ବର୍ଷ ହେଲା ରଙ୍ଗିନ ଦୁନିଆରୁ ଦୂରେଇ ଯାଇଥିଲେ । ହେଲେ ଏବେ ଏହି ଲୋକପ୍ରିୟ ଅଭିନେତ୍ରୀ ସଂସାର ମାୟା ତ୍ୟାଗ କରି ହୋଇଯାଇଛନ୍ତି ସନ୍ୟାସିନୀ ।ଜୟପୁରରେ ରହି ଲୋକଙ୍କୁ ମୋକ୍ଷପ୍ରାପ୍ତିର ମାର୍ଗ ବତାଉଛନ୍ତି।ସେ ବିବାହ କରିବା ପରେ ନିଜ ସ୍ୱାମୀଙ୍କ ସହ ଲୋକଙ୍କୁ ଦେଉଛନ୍ତି ସମସ୍ୟା ଦୂରର ମାର୍ଗ । ଭକ୍ତଙ୍କ ମହଲରେ ଶ୍ୱେତା ମଲ୍ଲିକା ଏବେ ମାତା ମାହେଶ୍ୱରୀ ନାଁରେ ପରିଚତା ।

ଶ୍ୱେତାଙ୍କ ସ୍ୱାମୀ ହେଉଛନ୍ତି ,ବାବା- ଅନନ୍ତ କେଶରୀ ସମ୍ରାଟ ବିଶ୍ୱ ସୃଷ୍ଟିକର୍ତ୍ତା । ଶେଷ ନାଗ ଉପରେ ବିରାଜିଛନ୍ତି ବାବା । ଆଉ ପଦ୍ମ ଫୁଲର ପାଖୁଡା ଉପରେ ମାତା । ଦେହରେ ପାଟବସ୍ତ୍ର, ବେକରେ ଫୁଲମାଳ । ପାଦତଳେ ପୂଜା କରୁଛନ୍ତି ଭକ୍ତ । ଚାରିଆଡି ଜୟ ଜୟକାର । ଯଜ୍ଞ ସ୍ଥଳରେ ଲାଗିଛି ମାତା ମହେଶ୍ୱରୀଙ୍କ ବିଶ୍ୱରୂପ ଫଟୋ । ରାଜସ୍ଥାନରଜୟପୁରର ସୌରାଗୁଡାରେ ଆୟୋଜିତ ଆଦ୍ୟ ଅନନ୍ତ ଲଷ୍ମୀନାରାୟଣଙ୍କ କଳକୀ ମହାଯଜ୍ଞରେ ଆବିର୍ଭାବ ହୋଇଛି ଏହି ବାବା-ମାତାଙ୍କର । ସ୍ଥାନୀୟ ଲୋକ କହିଛନ୍ତି, ବାବା ତନ୍ତ୍ର ମନ୍ତ୍ର କରନ୍ତି ଏବଂ ଝଡା ଫୁଙ୍କା କରି ରୋଗ ଭଲ କରିଥାନ୍ତି । ଯଜ୍ଞରେ ସେ ଭକ୍ତଙ୍କ ଠାରୁ ଟଙ୍କା ବି ନିଅନ୍ତି ନାହିଁ ।

By amfnews

Related Post