Sat. May 16th, 2026

ନବମ ଶ୍ରେଣୀ ଛାତ୍ରୀ ଅନ୍ତସତ୍ତ୍ୱା, ଡାକ୍ତରୀ ମାଇନା ପାଇଁ ବାରିପଦା ପିଆରଏମ୍‌ ମେଡିକାଲ କଲେଜରେ ଭର୍ତ୍ତି

244 Views

ଉଦଳା: ଦାରିଙ୍ଗବାଡ଼ିର ଏକ ଆଶ୍ରମ ପରିସରରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀ ଅନ୍ତସତ୍ତ୍ୱା ହୋଇ ସନ୍ତାନ ଜନ୍ମ ଦେବା ଖବର ପ୍ରଘଟ ହେବା ପରେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଯାଇଥିଲା। ଏହାପର ଠାରୁ ଏମିତି ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଏହି କ୍ରମରେ ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଜଣେ ନାବାଳିକା ଛାତ୍ରୀ ଅନ୍ତସତ୍ତ୍ୱା ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧୀନରେ ଥିବା ଏକ ଆଶ୍ରମ ବିଦ୍ୟାଳୟରୁ ନବମ ଶ୍ରେଣୀ ଛାତ୍ରୀ ଅନ୍ତସତ୍ତ୍ୱା ହୋଇଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ଛାତ୍ରୀ ଜଣକ କପ୍ତିପଦା ଥାନା ଅଞ୍ଚଳରୁ ଆସି ଆଶ୍ରମ ସ୍କୁଲରେ ପଢୁଥିଲେ। ତେବେ ପ୍ରଧାନ ଶିକ୍ଷକଙ୍କ ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିଛି। ବାରିପଦା ପିଆରଏମ୍‌ ମେଡିକାଲ କଲେଜକୁ ନାବାଳିକାକୁ ଡାକ୍ତରୀ ମାଇନା ପାଇଁ ପଠାଯାଇଛି। ନାବାଳିକା ଜଣେ କେମିତି ଅନ୍ତସତ୍ତ୍ୱା ହୋଇଛି, ତାହାର କାରଣ ଏଯାବତ୍‌ ଅସ୍ପଷ୍ଟ ରହିଛି।

By amfnews

Related Post