Thu. Oct 15th, 2026

‘ନବଜାତ କନ୍ୟାକୁ ଜାଣିଶୁଣି ମାରିଦେଲେ’

218 Views

ଫୁଲବାଣୀ, ଜାନୁଆରୀ ୨୦  : ଦାରିଙ୍ଗବାଡି ସରକାରୀ ହାଇସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ରୀ ପ୍ରସବ ଘଟଣା ଭିନ୍ନ ମୋଡ ନେବାକୁ ବସିଛି। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରା ଯାଉଥିବା ବେ‌ଳେ ପୀଡ଼ିତାର ନବଜାତ ଶିଶୁ କନ୍ୟା ମୃତ୍ୟୁ ସ୍ବାଭାବିକ ନୁହେଁ, ତାକୁ ହତ୍ୟା କରା ଯାଇଛି ବୋଲି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି ପୀଡ଼ିତାଙ୍କ ବାପା। ତାକୁ ଜାଣିଶୁଣି ଚିକିତ୍ସା ଅବହେଳା କରି ମାରି ଦିଆଯାଇଛି ଏବଂ ଏହି ଷଡ଼ଯନ୍ତ୍ରରେ ସଂପୃକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏନେଇ ପୀଡିତାର ବାପା ଦାରିଙ୍ଗବାଡି ଥାନାରେ ଏତଲା ଦେଇଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ଘଟଣାକୁ ଲୁଚାଇବାକୁ ଯାଇ ପୀଡ଼ିତା ଝିଅ ଓ ତାର ନବଜାତ ଶିଶୁକନ୍ୟାକୁ ଘଟଣା ଦିନ ବିଳମ୍ବିତ ରାତିରେ ଜଙ୍ଗଲରେ ଛାଡ଼ି ଦେଲେ। ଚିକିତ୍ସା ନ ପାଇ ନବଜାତ ଶିଶୁକନ୍ୟାଟିର ମୃତ୍ୟୁ ହେଲା। ଏହି ଘଟଣା ପାଇଁ ପୀଡିତାର ବାପା ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ଜିଲ୍ଲାପାଳ ଓ ଜିଲ୍ଲା ମଂଗଳ ଅଧିକାରୀଙ୍କୁ ଦାୟୀ କରି ସେମାନଙ୍କ ବିରୋଧରେ ଥାନାରେ ଏଫଆଇଆର ଦେଇଥିବା ଜଣାପଡିଛି।

By amfnews

Related Post