Sat. Aug 22nd, 2026

ନବ ନିର୍ମାଣ କୃଷକ ସଂଗଠନର ଅାନ୍ଦୋଳନକୁ ନକ୍ସଲଙ୍କ ସମର୍ଥନ

225 Views

କନ୍ଧମାଳ, ୧୨ା୧୧: ପୁଣି ଥରେ କନ୍ଧମାଳରେ ନିଜ ପତିଆରା ଜାହିର କରିଛି ନକ୍ସଲ। ରାଜ୍ୟରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରି ନକ୍ସଲମାନେ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛନ୍ତି।

ଜିଲ୍ଲାର ଫିରିଙ୍ଗିଆ ଥାନା ଅନ୍ତର୍ଗତ କୁକୁରୁମା ଏବଂ ଗୁଛାପଡ଼ା ଥାନା ଖଦିରଗାଁରେ ଏଭଳି ନକ୍ସଲ ପୋଷ୍ଟର ଲାଗିଛି।ରାଜ୍ୟରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ ଏବଂ ପ୍ରତିରୋଧ ତୀବ୍ର କର ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ଗିରଫ କୃଷକ ନେତା ଏବଂ କୃଷକମାନଙ୍କୁ ଶୀଘ୍ର ଛାଡିବାକୁ ପୋଷ୍ଟର ଜରିଆରେ ନକ୍ସମାନେ ଦାବି କରିଛନ୍ତି।

By amfnews

Related Post