Sun. Sep 27th, 2026
347 Views

ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ ପଧାନୀ ପଞ୍ଚାୟତ ଶଇଲ ସ୍ଥିତ କୋଚିଲା ନଦୀବନ୍ଧର ଡାହାଣ ପାର୍ଶ୍ୱରେ ଫାଟ ସୃଷ୍ଟି ହୋଇଛି। ନଦୀବନ୍ଧରେ ପ୍ରାୟ ୨୦୦ ମିଟର ଯାଏ ଏହି ଫାଟ ସୃଷ୍ଟି ହୋଇଥିବା ଜଣାପଡ଼ିଛି।

ଗତକାଲି ସନ୍ଧ୍ୟାରେ ହଠାତ୍ ନଦୀବନ୍ଧ ମଝିରେ ଫାଟ ଦେଖିବାକୁ ମିଳିଥିଲା। ନଦୀବନ୍ଧରେ ଏପରି ବାରମ୍ୱାର ଫାଟ ହେଉଥିବା ନଦୀ ପାଖାପାଖି ବସବାସ କରୁଥିବା ଲୋକେ କହିଛନ୍ତି। ଏଥିସହ ନିମ୍ନମାନର କାମ ପାଇଁ ଫାଟ ସୃଷ୍ଟି ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

By amfnews

Related Post