Thu. May 21st, 2026
316 Views

ଭୁବନେଶ୍ୱର: ଭୁବନେଶ୍ୱରରୁ ଜଣେ ନକଲି ମହିଳା ଆଇପିଏସ ଅଫିସରଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି। ଗତକାଲି ତାଙ୍କୁ କ୍ୟାପିଟାଲ୍ ଥାନା ପୁଲିସ ଗିରଫ କରିଛି। ଏହି ନକଲି ଆଇପିଏସ ଅଫିସର ଜଣଙ୍କ ହେଉଛନ୍ତି ଶର୍ମିଷ୍ଠା ବେହେରା ।

ସେ ମହିଳା ଥାନାକୁ ଫୋନ୍ କରି ନିଜକୁ ୨୦୧୮ ବ୍ୟାଚର ଜଣେ ଆଇପିଏସ ଅଫିସର୍ ବୋଲି ପରିଚୟ ଦେଇଥିଲେ। ତାଙ୍କ ପାଖକୁ କିଛି ଅତ୍ୟାବଶ୍ୟକ ସାମଗ୍ରୀ ପଠାଇବାକୁ କହିଥିଲେ। ତା’ଛଡ଼ା ତାଙ୍କ ପାଖକୁ କିଛି ଟଙ୍କା ପଠାଇବାକୁ କହିଥିଲେ।

କରୋନା କଟକଣା ସମୟରେ ଜଣେ କନଷ୍ଟେବଳଙ୍କ ଡ୍ୟୁଟି ପରିବର୍ତ୍ତନ ପାଇଁ ଫୋନ କରି ଚାପ ବି ପକାଇଥିଲେ । ଏଥିପାଇଁ ରିଜର୍ଭ ଅଫିସରଙ୍କୁ ବାରମ୍ବାର ଫୋନ କରିଥିଲେ । ଗିରଫ ମହିଳା ଜଣଙ୍କ କନଷ୍ଟେବଳଙ୍କ ସାଙ୍ଗ ବୋଲି ସୂଚନା ମିଳିଛି ।

ଏହାପରେ କ୍ୟାପିଟାଲ୍ ଥାନା ଆଇଆଇସି ଶର୍ମିଷ୍ଠା ବେହେରା ରହୁଥିବା ଫରେଷ୍ଟ ପାର୍କ ଘରକୁ ଯାଇ ତଦନ୍ତ କରି ଜାଣିପାରିଥିଲେ ଯେ ସେ ଜଣେ ନକଲି ଆଇପିଏସ ଅଫିସର୍। ତାଙ୍କ ଘରୁ କିଛି ଆଇପିଏସ ଅଫିସରର ନକଲି ପୋଷାକ ଓ ଟୋପି ମିଳିଥିଲା। ଏହାଛଡ଼ା ତାଙ୍କର କିଛି ନକଲି ଆଇପିଏସ ଅଫିସରର ଫଟୋ ବି ଜବତ କରିଥିଲା ପୁଲିସ। ଏହାପରେ ପୁଲିସ ଶର୍ମିଷ୍ଠା ବେହେରାଙ୍କୁ ଗିରଫ କରିଥିଲା। ଏନେଇ କ୍ୟାପିଟାଲ୍ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଆଜି ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣାଯାଇଛି।

By amfnews

Related Post