Mon. Sep 14th, 2026

ନକଲି ଜାତିଗତ ପ୍ରମାଣପତ୍ର ଦେଇ ହୋଇଥିଲେ ବରିଷ୍ଠ କିରାଣୀ, ଧରାପଡି ଚାକିରୀରୁ ବିଦା

289 Views

ମାଲକାନଗିରି, ଜାନୁଆରୀ ୩୧ : ଜିଲ୍ଲା ପ୍ରଶାସନିକ ସେବାରେ କାର୍ଯ୍ୟରତ ଜଣେ ବରିଷ୍ଠ କିରାଣୀଙ୍କୁ ନିଯୁକ୍ତି ସମୟରେ ନକଲି ଜାତିଗତ ପ୍ରମାଣପତ୍ର ଦାଖଲ କରିଥିବାରୁ ଅଭିଯୋଗ ପରେ ତାଙ୍କୁ ସରକାରୀ ସେବାରୁ ବରଖାସ୍ତ କରାଯାଇଛି  ।

ସରକାରୀ ସୂତ୍ର ଅନୁଯାୟୀ, ଜିଲ୍ଲାପାଳ ୱାଇ ବିଜୟ ରାଜ୍ୟ କଲ୍ୟାଣ ବିଭାଗର ବରିଷ୍ଠ ମହିଳା କିରାଣୀ ଲକ୍ଷ୍ମୀପ୍ରିୟା ବେହେରାଙ୍କୁ ସରକାରୀ ସେବାରୁ ବରଖାସ୍ତ କରିଛନ୍ତି।

ନିଯୁକ୍ତି ସମୟରେ ଜାତିଗତ ପ୍ରମାଣପତ୍ର ଜାଲିଆତି କରିଥିବା ଅଭିଯୋଗ ପାଇବା ପରେ ଦକ୍ଷିଣ ରାଜସ୍ୱ କମିଶନର ଏହି ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ଯାଞ୍ଚରୁ ଜଣାପଡିଥିଲା ଯେ,  ଲକ୍ଷ୍ମୀପ୍ରିୟା ୨୪ ବର୍ଷ ପୂର୍ବରୁ ଏକ ନକଲି ଏସଟି ସାର୍ଟିଫିକେଟ୍ ଦାଖଲ କରି ନିଯୁକ୍ତି ପାଇଥିଲେ ଯେତେବେଳେ କି ସେ ପ୍ରକୃତରେ ଏସଟି ନୁହଁନ୍ତି ।

ସୂଚନାନୁସାରେ, ସେ ଆଦିବାସୀ ନୁହଁନ୍ତି ବିବାହ କରିବା ପରେ ଏସଟି ସାର୍ଟିଫିକେଟ୍ ପାଇଁ ଆବେଦନ କରିଥିଲେ । ତତ୍କାଳୀନ ଜୁନାଗଡ ତହସିଲଦାର କୌଣସି ଅନୁସନ୍ଧାନ ନକରି ତାଙ୍କୁ ଜାତି ପ୍ରମାଣପତ୍ର ପ୍ରଦାନ କରିଥିଲେ। ବର୍ତ୍ତମାନ ଜିଲ୍ଲାପାଳ ସେହି ଅନୁସନ୍ଧାନକୁ ଭିତ୍ତି କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।

By amfnews

Related Post