Fri. Jul 31st, 2026

ଧୂମପାନଠାରୁ ବି ବିପଦ ମୋଟାପା; ରହିଛି ଅଧିକ କର୍କଟ ସମସ୍ୟା

213 Views

ନିକଟରେ ଏକ ଗବେଷଣା ପରେ ଗବେଷକମାନେ ସୂଚୀତ କରିଛନ୍ତି ଯେ ଧୂମପାନ ଅପେକ୍ଷା ମୋଟାପାରେ ରହିଛି ଅଧିକ କର୍କଟ ସମ୍ବାବନା। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଓଜନ ବଢ଼ିବା ଦ୍ୱାରା ୧୩ ପ୍ରକାରର ଭିନ୍ନ ଧରଣର ଟ୍ୟୁମର୍‌ ହେବାର ସମ୍ଭାବନା ରହିଛି। ଛାତି ଏବଂ ଗର୍ଭାଶୟରେ କର୍କଟ ହେବାର ସମ୍ଭାବନା ଖୁବ୍‌ ବେଶି।

କୁହାଯାଇଛି ଯେ ଟେଲିଭିଜନରେ ଦିଆଯାଉଥିବା ଦିଆଯାଉଥିବା ଜଙ୍କ୍‌ଫୁଡ୍‌ ବିଜ୍ଞାପନକୁ ରାତି ୯ଟା ମଧ୍ୟରେ ପ୍ରଦର୍ଶନ କରାନଯାଉ। ଏପରିକି ଫ୍ୟାଟ୍‌ ଜମୁଥିବା ଖାଦ୍ୟାଗୁଡ଼ିକର ବିଜ୍ଞାପନ ବନ୍ଦ କରି ଦିଆଯାଉଛି। ଏହି ସବୁ ଖାଦ୍ୟ ହିଁ ମୋଟାପଣର ପ୍ରମୁଖ କାରଣ ପାଲଟୁଛି।

ଗବେଷଣାରୁ ଆହୁରି ବି ଜାଣିବାକୁ ମିଳିଛି ଯେ ସମୁଦାୟ ୨୨,୦୦୦ କର୍କଟ ପୀଡ଼ିତଙ୍କ ମଧ୍ୟରୁ ୧୨ ପ୍ରତିଶତ ମହିଳା ଧୂମପାନ ହେତୁ କର୍କଟର ଶିକାର ହୋଇଛନ୍ତି। ସେହିପରି ୧୩,୨୦୦ ରୋଗୀଙ୍କ ମଧ୍ୟରୁ ୭.୫ ପ୍ରତିଶତ ମହିଳା ମୋଟାପା ପାଇଁ କର୍କଟର ଶିକାର ହୋଇଛନ୍ତି।

ରିପୋର୍ଟ ମୁତାବକ ୨୦୪୩ ସୁଦ୍ଧା ମହିଳାଙ୍କ ଭିତରେ କର୍କଟର ମୁଖ୍ୟ କାରଣ ମୋଟାପଣ ପ୍ରମାଣିତ ହୋଇଯିବ।

By amfnews

Related Post