Thu. Jul 2nd, 2026

ଧାର୍ଯ୍ୟ ସମୟର ବହୁ ପୂର୍ବରୁ ଘର ଖାଲିକଲେ ପୂର୍ବତନ ସିଜେଆଇ

350 Views

ନୂଆଦିଲ୍ଲୀ: ନଭେମ୍ବର ୧୭ରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ପଦରୁ ଅବସର ନେଇଥିବା ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଧାର୍ଯ୍ୟ ସମୟର ବହୁ ପୂର୍ବରୁ ନିଜର ସରକାରୀ ବାସଭବନ ଖାଲି କରିଦେଇଛନ୍ତି। ନିୟମ ଅନୁଯାୟୀ, ଅବସର ନେଉଥିବା ସିଜେଆଇ ଗୋଟିଏ ମାସରେ ଘର ଖାଲି କରିବା କଥା। ହେଲେ ସେ ଦେଶର ପ୍ରଥମ ପୂର୍ବତନ ସିଜେଆଇ ଯିଏ ଅବସର ନେବାର ୩ ଦିନ ମଧ୍ୟରେ ଘର ଖାଲି କରିଛନ୍ତି।

ତାଙ୍କ ପୂର୍ବରୁ ଅନ୍ୟତମ ପୂର୍ବତନ ସିଜେଆଇ ଜଷ୍ଟିସ୍‌ ଜେଏସ୍‌ ଖେହର ଅବସର ନେବାର ସପ୍ତାହକ ମଧ୍ୟରେ ସରକାରୀ ବାସଭବନ ଖାଲି କରିଥିଲେ। ଜଷ୍ଟିସ୍‌ ଗୋଗୋଇ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରୁଥିବା ବେଳେ ୫ କ୍ରିଷ୍ଣା ମେନନ ମାର୍ଗ ବଙ୍ଗଳରେ ରହୁଥିଲେ। ହେଲେ ଏବେ ସେ ଏହାକୁ ଖାଲି କରିଦେଇଛି।

ଜଷ୍ଟିସ୍‌ ଗୋଗୋଇଙ୍କ ଉତ୍ତରାଧିକାରୀମାନେ ଜଷ୍ଟିସ୍‌ ଏସ୍‌ଏ ବୋବଡେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ହୋଇଛନ୍ତି।

By amfnews

Related Post