Thu. Jul 30th, 2026

ଧାବକ ପରବିନ୍ଦର ଚୌଧରୀଙ୍କ ଆତ୍ମହତ୍ୟା

194 Views

ନୂଆଦିଲ୍ଲୀ, ନଭେମ୍ବର ୧୪ : ଆଥେଲେଟ୍‌ ପରବିନ୍ଦର ଚୌଧରୀ ଦିଲ୍ଲୀର ଜବାହାରଲାଲ ନେହେରୁ ଷ୍ଟାଡିୟମ୍‌ ସ୍ଥିତ ଆଥଲେଟ୍‌ ଏକାଡେମିରେ ଫାସି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ୧୮ ବର୍ଷୀୟ ଧାବକ ପରବିନ୍ଦର ଚୌଧୁରୀ ଛାତ୍ରାବାସର କୋଠରୀର ସିଲିଂର ପଙ୍ଖାରେ ଝୁଲିଯାଇ ଆତ୍ମହତ୍ୟା କରିଛି।
ଭାରତର କ୍ରୀଡା ପ୍ରାଧିକରଣର ଅଧିକାରୀଙ୍କ ସୂଚନା ଅନୁଯାୟୀ କାଲି ସକାଳେ ପରବିନ୍ଦର ତାଙ୍କ ବାପାଙ୍କୁ ଫୋନ୍‌ କରିଥିଲେ। ସେତେବେଳେ ଫୋନ୍‌ରେ ଉଭୟଙ୍କ ଭିତରେ ଝଗଡ଼ା ହୋଇଥିଲା। ଏହାପରେ ସେ ପରବିନ୍ଦରଙ୍କ ଭଉଣୀ ତାଙ୍କ ପାଖକୁ ଆସି କଥା ହୋଇଥିଲେ। କିନ୍ତୁ ସେଥିରେ ବି ସନ୍ତୁଷ୍ଟ ହୋଇନଥିଲେ ଧାବକ ପରବିନ୍ଦର ଚୌଧୁରୀ। ଏହାପରେ ପରବିନ୍ଦର ମାନସିକ ଭାରସାମ୍ୟ ହରାଇଥିଲେ। ସେ ଆଜି ଭୋର ସମୟରେ ଫାସି ଲଗାଇ ଆତ୍ମହତ୍ୟା କରିଥିବାର ଅନୁମାନ କରାଯାଇଛି।

ଏହି ଘଟଣାର ଅଧିକ ତଦନ୍ତ କରୁଛି ପୁଲିସ୍‌। ତେବେ ଏନେଇ ଏକ ଆତ୍ମହତ୍ୟା ମାମଲା ରୁଜ୍ଜୁ କରାଯାଇଛି । ପରବିନ୍ଦରଙ୍କ ଭଳି ଜଣେ ଧାବକଙ୍କୁ ହରାଇଥିବା କ୍ରୀଡା ପ୍ରାଧିକରଣ ଅଧିକାରୀ ଶୋକ ପ୍ରକାଶ କରିଛନ୍ତି।

By amfnews

Related Post