Sat. Apr 25th, 2026

ଧାନକ୍ଷେତରେ ବୃଦ୍ଧାଙ୍କୁ ଦଳି ମାରିଦେଲା ଦନ୍ତାହାତୀ

234 Views

ପରଜଙ୍ଗ  : ଶନିବାର ସକାଳେ ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ବ୍ଲକ୍‌ ଅନ୍ତର୍ଗତ ସରାଙ୍ଗ ଗ୍ରାମପଞ୍ଚାୟତ ଅଞ୍ଚଳର ଜଟିଆ ଗ୍ରାମରେ ଜଣେ ବୃଦ୍ଧାଙ୍କୁ ଗୋଟାଏ ଦନ୍ତାହାତୀ ଦଳି ମାରିପକାଇଛି। ମୃତ ବୃଦ୍ଧା ହେଉଛନ୍ତି ମନୁ ସାହୁଙ୍କ ୬୫ ବର୍ଷୀୟ ପତ୍ନୀ ଝାରି ସାହୁ।

ଗାଆଁ ଠାରୁ କିଛି ଦୂରରେ ଥିବା ଧାନକ୍ଷେତ ଦେଖିବାକୁ ସକାଳ ପ୍ରାୟ ୬ଟା ବେଳେ ଝାରି ବାହାରି ଯାଇଥିଲେ। ତାଙ୍କ ଫେରିବା ବିଳମ୍ବ ହେବାରୁ ଘରଲୋକେ ଚାରିଆଡ଼େ ଖୋଜା ଖୋଜି କରି ଶେଷରେ ଦିନ ପ୍ରାୟ ୧୦: ୩୦ଟା ବେଳେ ତାଙ୍କୁ କ୍ଷେତରେ ମରି ପଡ଼ିଥିବା ଦେଖିଥିଲେ।

ସେ ଅଞ୍ଚଳରେ ପ୍ରବାହିତ ବ୍ରାହ୍ମଣୀ ନଦୀକୂଳରେ ଥିବା ବଣରେ ଗତକାଲି ୨୦ ସରିକି ହାତୀ ବୁଲାବୁଲି କରୁଥିବା ଦେଖାଯାଇଥିଲା। ସେହି ହାତୀପଲର ଦନ୍ତାହାତୀଟି ଝାରିଙ୍କୁ ମାରିପକାଇଥିବା କଥା ପାରିପାର୍ଶ୍ୱିକସ୍ଥିତିରୁ ଜଣାପଡ଼ିଛି। ଖବର ପାଇ ସରାଙ୍ଗ ଫାଣ୍ଡି ଅଧିକାରୀ ଓ ଜଣେ ବନରକ୍ଷୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମହାବିରୋଳ ଫରେଷ୍ଟ୍‍ ରେଞ୍ଜର୍‌ ମଧ୍ୟ ଘଟଣାସ୍ଥଳକୁ ଆସୁଛନ୍ତି।

By amfnews

Related Post