Thu. Jul 23rd, 2026

ଧରାପଡ଼ିଲା ଝସକେତନ : ୭ମାସ ତଳେ କୋର୍ଟରୁ ମାରିଥିଲା ଚମ୍ପଟ୍‌

273 Views

ଅନୁଗୁଳ/ଛେଣ୍ଡିପଦା, ଜାନୁଆରୀ ୬  : ବହୁଚର୍ଚ୍ଚିତ କୁଶକିଳା ହତ୍ୟାକାଣ୍ଡର ଦୁର୍ଦ୍ଦାନ୍ତ ଅପରାଧୀ ଝସକେତନ ରାଉତ ଓରଫ୍ ଝାରୁ ଓରଫ୍‌ ଝସ ଶେଷରେ ଆଜି ଅନୁଗୁଳ ପୁଲିସ ଜାଲରେ ଧରାପଡ଼ିଛି। ଗତବର୍ଷ ମେ ୧୮ତାରିଖ ଦିନ ହୁଗୁଳା ସୁରକ୍ଷା ବଳୟକୁ ଭେଦି ଅନୁଗୁଳ କୋର୍ଟ ପରିସରରୁ ସେ ଚମ୍ପଟ୍‌ ମାରିଥିଲା। ଦୀର୍ଘ ୭ମାସ ପରେ ଆଜି ଅପରାହଣ ପ୍ରାୟ ୫ଟା ବେଳେ ଦେବଗଡ଼ ଥାନା ସାନ୍ତରାପାଲ୍ଲୀ ଇଲାକାରୁ ଅନୁଗୁଳ ଜିଲ୍ଲା ପୁଲିସ ତାକୁ ବାନ୍ଧିଛି। ବିଳମ୍ବରେ ହେଲେ ସୁଦ୍ଧା ଦୁର୍ଦ୍ଦାନ୍ତ ଅପରାଧୀ ଝସ ଗିରଫ ହେବା ଘଟଣା ଜିଲ୍ଲା ପୁଲିସ ପାଇଁ ଏକ ବଡ଼ ସଫଳତା ରୂପେ ବିବେଚନା କରାଯାଉଛି।

ମାସେ ପୂର୍ବରୁ ଅନୁଗୁଳ ପୁଲିସ ଝସ ଉପରେ ନଜର ରଖିଥିଲା। ଏସପି ମିତ୍ରଭାନୁ ମହାପାତ୍ର ଏଥିପାଇଁ ଏକ ୬ଜଣିଆ ସ୍ପେଶାଲ ସ୍କ୍ବାଡ଼୍‌ ଗଠନ କରି ଝସ ପଛରେ ଲଗାଇଥିଲେ।

ଆଜି ଅପରାହ୍‌ଣରେ ବାଇକ୍‌(ଓଡ଼ି ୨୮ଏ-୦୬୯୩) ଯୋଗେ ଝସ ଜଙ୍ଗଲ ଆଡ଼କୁ ଯାଉଥିବା ବେଳେ ଦେବଗଡ଼ ଥାନା ସାନ୍ତରାପାଲ୍ଲୀ ଇଲାକାରୁ ସ୍ପେସାଲ ସ୍କ୍ବାଡ୍‌ ତାକୁ ଗୋଡ଼େଇ ଗୋଡ଼େଇ ଧରିଛି। ଦେବଗଡ଼ରୁ ତାକୁ ସିଧା ଅନୁଗୁଳକୁ ଆଣି ପୁଲିସ ପଚରାଉଚରା ଚଳାଇଛି। ତା’ଠାରୁ ବାଇକ୍ ବି ଜବତ ହୋଇଛି। ପ୍ରକାଶଥାଉକି, ଧୂର୍ତ୍ତ ଝସ ମୁଣ୍ଡରେ ଚାରି ଚାରିଟା ହତ୍ୟାକାଣ୍ଡର ଦୋଷ ରହିଛି।

By amfnews

Related Post