Sat. Jul 25th, 2026

ଧମତରି ଠାରେ ପୁଲିସ ସହ ଏନ୍‌କାଉଣ୍ଟର୍‌ ଘଟଣାରେ ୪ ନକ୍ସଲ୍‌ ନିହତ

337 Views

ରାୟପୁର : ଶନିବାର ଦିନ ଛତିଶଗଡ଼ର ଧମତରି ଜିଲ୍ଲାରେ ନିରାପତ୍ତା ବଳଙ୍କ ସହ ଏନ୍‌କାଉଣ୍ଟର୍‌ ଘଟଣାରେ ତିନି ଜଣ ମହିଳାଙ୍କ ସମେତ ଚାରି ଜଣ ନକ୍ସଲ ନିହତ ହୋଇଥିବା କଥା ପୁଲିସ କହିଛି।

ନକ୍ସଲ୍‌ ବିରୋଧୀ ଅଭିଯାନରେ ସ୍ପେସାଲ୍‌ ଟାସ୍କ ଫୋର୍ସ ଟିମ୍‌ ବାହାରିଥିବା ବେଳେ ଖଲ୍ଲାରି ଏବଂ ମେଚକା ଗାଁ ମଧ୍ୟସ୍ଥ ଜଙ୍ଗଲ ମଧ୍ୟରେ ଆଜି ସକାଳେ ଘଟିଥିବା ଗୁଳିବିନିମୟ ଘଟିଥିଲ ବୋଲି ଆଣ୍ଟିନକ୍ସଲ୍‌ ଅପରେସନ୍‌ର ଡେପୁଟି ଇନ୍‌ସ୍‌ପେକ୍ଟର୍‌ ଜେନେରାଲ୍‌ ସୁନ୍ଦରରାଜ ପି କହିଛନ୍ତି।
ଗୁଳି ବିନିମୟ ଶେଷ ହେବା ପରେ ଘଟଣାସ୍ଥଳରୁ ସାତଟି ବନ୍ଧୁକ ଏବଂ ତିନି ଜଣ ମହିଳାଙ୍କ ସମେତ ଚାରିଜଣ କ୍ୟାଡର୍‌ଙ୍କର ଶବ ମିଳିଥିଲା ବୋଲି ସେ କହିଛନ୍ତି।

By amfnews

Related Post