Thu. Sep 10th, 2026

ଦ୍ୱିତୀୟ ଥର ଲାଗି ବାପା ହେଲେ ଶାହିଦ୍‌ କପୁର

385 Views

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଶାହିଦ୍‌ କପୁର ପୁଣିଥରେ ବାପା ହୋଇଛନ୍ତି। ତାଙ୍କ ପତ୍ନୀ ମୀରା ରାଜପୁତ ଦ୍ୱିତୀୟ ଥରଲାଗି ମାଆ ହୋଇଛନ୍ତି। ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ମୀରା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଖବର ପାଇବାପରେ ଶାହିଦଙ୍କ ସାନ ଭାଇ ତଥା ଅଭିନେତା ଈଶାନ୍‌ ଖଟ୍ଟର ଏବଂ ତାଙ୍କ ମାଆ ନୀଳିମା ଅଜିମ୍‌ ମୀରାଙ୍କୁ ଭେଟିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଶାହିଦ୍‌ କପୁର ୨୦୧୫ରେ ମୀରା ରାଜପୁତଙ୍କୁ ବିବାହ କରିଥିଲେ ଏବଂ ୨୦୧୬ରେ ସେମାନଙ୍କର କନ୍ୟା ମୀଶା ଜନ୍ମ ହୋଇଥିଲେ।

ଏବେ ଶାହିଦ୍‌ କପୁରଙ୍କ ନୂଆ ସିନେମା ‘ବତ୍ତି ଗୁଲ୍‌ ମିଟର ଚାଲୁ’ ମୁକ୍ତି ଅପେକ୍ଷାରେ ରହିଛି। ଏଥିରେ ଜଣେ ସାଧାରଣ ଓକିଲ ଭୂମିକାରେ ଅଭିନୟ କରିଛନ୍ତି ସେ । ଏହାର ନିର୍ଦ୍ଦେଶକ ହେଲେ ଶ୍ରୀ ନାରାୟଣ ସିଂହ । ‘ବତ୍ତି ଗୁଲ୍‌ ମିଟର ଚାଲୁ’ରେ ଶାହିଦଙ୍କ ସହ ଶ୍ରଦ୍ଧା କପୁର ଏବଂ ୟାମୀ ଗୌତମ୍‌ ଅଛନ୍ତି ଲିଡ ରୋଲରେ।

By amfnews

Related Post