Thu. Aug 20th, 2026

ଦ୍ବାରଶୁଣୀଘାଟିରେ ଦୁର୍ଘଟଣା, ଜଣେ ମୃତ, ଜଣେ ଗୁରୁତର

227 Views

ବାଙ୍ଗିରିପୋଷି  :  ମୟୂରଭଞ୍ଜ ଜିଲ୍ଲା ଦ୍ବାରଶୁଣୀ ଘାଟିର  ଶେଷ ବାଙ୍କରେ ପୁଣି ଏକ ଦୁର୍ଘଟଣା ଘଟିଛି। କଲିକତା ଯାଉଥିବା କଣ୍ଟେନରର ବ୍ରେକ ଫେଲ ହେବା ଯୋଗୁଁ ଗତକାଲି ବିଳମ୍ବିତ ରାତିରେ ଘାଟିର ଶେଷ ମୁଣ୍ଡରେ ଏକ ଖାଲରେ ଖସି ଯାଇଥିଲା।

ଖବର ପାଇ ବାଙ୍ଗିରିପୋଷି ପୁଲିସ ଓ ଦମକଳ ବାହିନୀ ଜଣେ ଗୁରୁତରକୁ ଉଦ୍ଧାର କରି ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲକୁ ପଠାଇ ଥିଲେ। ଗାଡି ଭିତରେ ରହିଯାଇଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କ କଥା କାହାରିକୁ ଜଣା ନଥିଲା। କାରଣ ଦ୍ବାରଶୁଣୀ ଘାଟିରେ ଯେତେ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହେଉଛି ସେସବୁ ଗାଡ଼ିରେ ଜଣେ ଲେଖାଏଁ ଡ୍ରାଇଭର ରହିଥିବାର ଜଣାପଡିଛି। ହେଲପର ଦେବାକୁ ମାଲିକମାନେ ଉଚିତ୍ ମଣୁ ନାହାନ୍ତି। ସେଥିପାଇଁ ଅକାରଣରେ ଜଣଙ୍କର ମୃତ୍ୟୁ ହେଲା ବୋଲି ଜଣାପଡିଛି। ମୃତକ କଣକ ହେଲେ ବିହାରର ଏସ ଯାଦବ (୪୫) ବୋଲି ଜଣାପଡିଛି।

ସକାଳୁ କଣ୍ଟେନରର ମାଲିକ ଖବର ଦେଇଥିଲେ କି ଡ୍ରାଇଭରର ପତ୍ତା ମିଳୁନାହିଁ। ସନ୍ଦେହରେ ଗାଡିରୁ ମାଲ ଉଠାଇଲା ପରେ ମୃତ ଅବସ୍ଥାରେ ଡ୍ରାଇଭର ଉଦ୍ଧାର ହୋଇଥିଲା। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ କଣ୍ଟେନର ଟି ଦୁଇ ଫାଳ ହୋଇ ଯାଇଥିଲା। ପାଞ୍ଚ ଦିନ ମଧ୍ୟରେ ଛଅଟି ଦୁର୍ଘଟଣା ଘଟିସାରିଲାଣି। ଛଅ ଜଣ ଆହତ ହୋଇଥିବା ବେଳେ ଜଣେ ମୃତ୍ୟୁ ବରଣ କରି ସାରିଲାଣି।

By amfnews

Related Post