Thu. May 14th, 2026

ଦୋକାନୀଙ୍କୁ ବ୍ଲେଡ୍‌ରେ ଆକ୍ରମଣ, ଯୁବକ ଗିରଫ

370 Views

ଭୁବନେଶ୍ବର: ଜଣେ ପଇଡ଼ ଦୋକାନୀଙ୍କୁ ବ୍ଲେଡ୍‌ରେ ଆକ୍ରମଣ କରିବା ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ କଟକ ଜିଲ୍ଲା ବଢ଼େଇସାହି ଅଞ୍ଚଳର ପ୍ରତ୍ୟୁଷ କୁମାର ରାୟ(୩୫)ଙ୍କୁ ଗିରଫ କରିଛି। ଥାନାରେ ପଚରାଉଚରା ପରେ ତାକୁ କୋର୍ଟଚାଲାଣ କରାଯାଇଛି। ପୁଲିସ ସୂଚନା ମୁତାବକ, ଲୋୟର୍‌ ପିଏମ୍‌ଜିରେ ଅକ୍ଷୟ ବେହେରା ନାମକ ଜଣେ ଯୁବକଙ୍କ ପଇଡ଼ ଦୋକାନ ଅଛି। ବୁଧବାର ରାତି ପ୍ରାୟ ୧୦ଟାରେ ସେ ଦୋକାନ ବନ୍ଦ କରି ଘରକୁ ଯିବା ପାଇଁ ବାହାରିବା ବେଳେ ପ୍ରତ୍ୟୁଷ ସେଠାରେ ପହଞ୍ଚି ତାଙ୍କୁ ଗାଳିଗୁଲଜ କରିଥିଲା। ଅକ୍ଷୟ ଏହାର ବିରୋଧ କରିବାରୁ ପ୍ରତ୍ୟୁଷ ଏକ ବ୍ଲେଡ୍‌ରେ ତାଙ୍କୁ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ତାଙ୍କର ମୁହଁ, ହାତ ଆଦି ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି। ଜୀବନ ବିକଳରେ ଅକ୍ଷୟ ଦୋକାନ ଛାଡ଼ି ଦୌଡ଼ିଥିଲେ। ପରେ ସେ ଏ ସଂପର୍କରେ କ୍ୟାପିଟାଲ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା।

By amfnews

Related Post