Tue. Sep 29th, 2026
367 Views

ଘଣ୍ଟାପଡ଼ା, ଡିସେମ୍ବର ୨୮: ଗୁରୁବାର ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ଦେଶୀ ମଦ ଜବତ କରାଯିବା ସହ ଦୁଇଜଣଙ୍କୁ ଗିରଫ କରାଯାଇଛି। ଗିରଫ ଦ୍ବୟ ହେଲେ ଘଣ୍ଟାପଡ଼ା ନିକଟ ଥାଟିପାଲି ଗାଁର ବିଶ୍ବାମିତ୍ର ମାଝୀ(୩୫) ଏବଂ ସାନରାହାଯୋର ଗାଁର ଶୁନ୍ୟ ମିର୍ଦ୍ଧା(୫୫)। ଏକ ଜାରରେ ଦେଶୀ ମଦ ଚୋରା ଚାଲାଣ କରୁଥିବା ବେଳେ ଅବକାରୀ ହାତରେ ଧରା ପଡ଼ିଥିଲେ। ଏନେଇ ଦୁଇଟି ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଏସ୍‌ଆଇ ରମେଶ ଚନ୍ଦ୍ର ମହାନ୍ତି କହିଛନ୍ତି।

By amfnews

Related Post