Sat. Jul 4th, 2026

ଦେଶରେ ପ୍ରଥମ: ମଦ ହୋମ୍‌ ଡେଲିଭରି ଆରମ୍ଭ କରିବ ମହାରାଷ୍ଟ୍ର

177 Views

ନାଗପୁର: ମହାରାଷ୍ଟ୍ର ସରକାର ଏକ ନୂଆ ନୀତି ପ୍ରଚଳନ କରିବାକୁ ଯୋଜନା କରୁଛନ୍ତି, ଯେଉଁଥିରେ ମଦ ହୋମ୍‌ ଡେଲିଭରି କରାଯିବ।
ରାଜ୍ୟ ଅବକାରୀ ମନ୍ତ୍ରୀ ଚନ୍ଦ୍ରଶେଖର ବଓ୍ଵାଙ୍କୁଲେ ଶନିବାର ଦିନ କହିଛନ୍ତି ଯେ ଏହା ମଦ ଶିଳ୍ପର ଧାରା ବଦଳାଇ ଦେବ। ଏଭଳି ନୀତି ପ୍ରଣୟନ କରିବାରେ ମହାରାଷ୍ଟ୍ର ହେବ ଦେଶର ପ୍ରଥମ ରାଜ୍ୟ।

ବାଓ୍ଵାଙ୍କୁଲେ କହିଛନ୍ତି: ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବଢ଼ି ଚାଲିଥିବା ମଦ୍ୟପାନ କରି ଗାଡ଼ି ଚଳାଇବା ଘଟଣା ହ୍ରାସ କରାଇବା। ଏହା ଫଳରେ ଅନେକ ଦୁର୍ଘଟନା ଘଟି ବହୁ ଜୀବନହାନି ଘଟୁଛି। ଜାତୀୟ ଓ ଅନ୍ତର୍ଜାତୀୟ ଇ-କମର୍ସ େଓ୍ଵବ୍‌ସାଇଟ୍‌ ଭଳି ପ୍ଲାଟ୍‌ଫର୍ମ ଜରିଆରେ ମଦ ହୋମ୍‌ ଡେଲିଭରି କରାଯିବ। ଲୋକେ ଯେମିତି ଘରେ ଥାଇ ସଉଦାପତ୍ର ଓ ପନିପରିବା ପାଉଛନ୍ତି, ସେମିତି।

କିନ୍ତୁ ଅନ୍‌ଲାଇନ୍‌ରେ ମଦ ଖରିଦ କରିବାକୁ ବରାଦ କରୁଥିବା ବ୍ୟକ୍ତିବିଶେଷଙ୍କ ବୟସ ତନଖି କରାଯିବ। ଗ୍ରାହକମାନଙ୍କର ପୂର୍ଣ୍ଣ ବିବରଣୀ ନେବାକୁ ପ୍ରତ୍ୟେକ୍ଷ ବିକ୍ରେତାମାନଙ୍କୁ କୁହାଯିବ। ଏଥିରେ ଆଧାର ନମ୍ବର ସାମିଲ କରାଗଲେ ସେମାନଙ୍କର ପରିଚୟ ଯାଞ୍ଚ କରିହେବ ବୋଲି ମନ୍ତ୍ରୀ କହିଛନ୍ତି।

By amfnews

Related Post