Wed. Jun 10th, 2026

ଦେଶରେ କରୋନା ମୃତ୍ୟୁସଂଖ୍ୟା ୪ଶହ ଡେଇଁଲା

257 Views

ନୂଆଦିଲ୍ଲୀ: ଦେଶରେ କରୋନା ଧୀରେଧୀରେ କାୟା ବିସ୍ତାର କରିବାରେ ଲାଗିଛି। କରୋନା ଯୋଗୁ ଆଜି ସକାଳ ୮.୩୦ ସୁଦ୍ଧା ୪୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨,୩୮୦ ଜଣଙ୍କ ଶରୀରରେ ଏହି ଭୂତାଣୁ ଠାବ ହୋଇଛି। ତେବେ ଏମାନଙ୍କ ମଧ୍ୟରୁ ୧୪୮୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାର ଅର୍ଥ ୧୦,୪୭୭ ଜଣ ବିଭିନ୍ନ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ମହାରାଷ୍ଟ୍ରରରେ ସର୍ବାଧିକ ୧୭୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମଧ୍ୟପ୍ରଦେଶରେ ୫୩, ଗୁଜରାଟରେ ୩୩, ଦିଲ୍ଲୀରେ ୩୨, କର୍ଣ୍ଣାଟକାରେ ୧୨, ପଞ୍ଜାବରେ ୧୩, ତାମିଲନାଡୁରେ ୧୪, ତେଲେଙ୍ଗାନାରେ ୧୮, ଉତ୍ତର ପ୍ରଦେଶରେ ୧୧ ଓ ପଶ୍ଚିମବଙ୍ଗରେ ୭ ଜଣ ଲୋକ କରୋନା ଯୋଗୁ ପ୍ରାଣ ହରାଇଛନ୍ତି। ଗତକାଲି ସନ୍ଧ୍ୟାରେ ମନ୍ତ୍ରଣାଳୟ ଜାରି କରିଥିବା ତଥ୍ୟ ଅନୁଯାୟୀ, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୯୩୩ ଓ ମୃତ୍ୟୁସଂଖ୍ୟା ୩୯୩ ରହିଥିଲା।

ଅନ୍ୟପକ୍ଷରେ ମହାରାଷ୍ଟ୍ର ଓ ଦିଲ୍ଲୀରୁ ଖୁସି ଖବର ଆସିଛି। ଗତକାଲି ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟାର ଯଥେଷ୍ଟ ହ୍ରାସ ପାଇଛି। ଦିଲ୍ଲୀରେ ୧୭ ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି।

ସେହିପରି କରୋନା ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ମହାରାଷ୍ଟ୍ରରରେ ୨୩୨ଟି ନୂଆ ମାମଲା ଠାବ ହୋଇଛି। ଏହାର ଅର୍ଥ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪% ହ୍ରାସ ପାଇଛି। ଏଠାରେ ଗତକାଲି ୯ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ମଧ୍ୟପ୍ରଦେଶରେ ଗତ ୨୪ ଘଣ୍ଟାରେ ୧୯୮ଟି ନୂଆ ମାମଲା ଚିହ୍ନଟ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।

ପୂର୍ବରୁ ଭାରତ ସରକାର ୬ ହଜାର ମଧ୍ୟରୁ ନମୁନା ପରୀକ୍ଷା କରୁଥିଲେ। ହେଲେ ବୁଧବାର ୨୬,୩୫୧ଟି ମାମଲା ପରୀକ୍ଷା କରାଯାଇଛି। ଦେଶରେ ବର୍ତ୍ତମାନ ୨୫୮ଟି ଲାବରେ କରୋନା ଟେଷ୍ଟ କରାଯାଉଛି। ଏଥିରେ କୀଉ ଘରୋଇ ସଂସ୍ଥା ମଧ୍ୟ ରହିଛି।

By amfnews

Related Post