Fri. Jul 24th, 2026

ଦେଶ ରକ୍ଷା ପାଇବା ଯାଏଁ ସତ୍ୟାଗ୍ରହ ଚାଲୁ ରଖିବି: ଧାରଣାର ଦ୍ୱିତୀୟ ଦିନ କହିଲେ ମମତା ବାନାର୍ଜୀ

359 Views

କୋଲ୍‌କାତା: ଚିଟ୍‌ଫଣ୍ଡ୍‌ ଦୁର୍ନୀତି ସଂକ୍ରାନ୍ତରେ କୋଲ୍‌କାତା ପୁଲିସ ମୁଖ୍ୟଙ୍କୁ ସିବିଆଇ ପଚରାଉଚୁରା ନିମନ୍ତେ କରିଥିବା ଉଦ୍ୟମ ବିରୋଧରେ ପ୍ରତିବାଦପୂର୍ବକ ଧାରଣା ଦେଇଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଦିନ କହିଛନ୍ତି ଯେ ଦେଶ ଓ ତାହାର ସମ୍ବିଧାନ ରକ୍ଷା ପାଇବା ଯାଏଁ ସେ ତାଙ୍କର ‘ସତ୍ୟାଗ୍ରହ’ ଚାଲୁ ରଖିବେ।

ନ ଖାଇ ନ ପିଇ ମୁଖ୍ୟମନ୍ତ୍ରୀ ଏକ ଅସ୍ଥାୟୀ ମଞ୍ଚରେ କେତେକ ବରିଷ୍ଠ ମନ୍ତ୍ରୀ ଏବଂ ଦଳୀୟ ସଦସ୍ୟଙ୍କ ସହ ରାତି ସାରା ଉଜାଗର ରହିଥିଲେ।
ଧାରଣାସ୍ଥଳରେ ତାଙ୍କ ସହ ଥିବା ସାମ୍ବାଦିକମାନଙ୍କୁ ବାନାର୍ଜୀ କହିଛନ୍ତି: ଦେଶ ରକ୍ଷା ପାଇବା ଯାଏଁ ଏ ସତ୍ୟାଗ୍ରହ ଚାଲୁ ରଖିବି।

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଳନାଥ, ଦିଲ୍ଲୀମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ ଏବଂ ଗୁଜୁରାଟ ବିଧାୟକ ଏବଂ ଦଳିତ ନେତା ଜିଗ୍ନେଶ ମେବାନିଙ୍କ ସମେତ ବହୁ ରାଜନେତା ତାଙ୍କ ପାଖକୁ ଫୋନ୍‌ କରିଥିବା କଥା ସେ କହିଛନ୍ତି।

କୌଣସି ନେତା ତାଙ୍କୁ ଭେଟିବାକୁ ସହରକୁ ଆସିବେ କି ବୋଲି ପଚରା ଯିବାରୁ ସେ କହିଲେ, ମୁଁ ଜାଣେନି। ଯଦି କେହି ଆସିବାକୁ ଚାହାଁନ୍ତି ମୁଁ ତାଙ୍କୁ ସାଦରେ ଡାକିବି। ଏ ସଂଗ୍ରାମ ମୋ ଦଳର ନୁହେଁ। ମୋର ସରକାର ନିମନ୍ତେ।

By amfnews

Related Post