Tue. Sep 15th, 2026

ଦେଶ-ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବାରୁ ‘ସିମି’ ଆଉ ପାଞ୍ଚ ବର୍ଷ ପାଇଁ ନିଷିଦ୍ଧ

274 Views

ନୂଆଦିଲ୍ଲୀ: ଦେଶ-ବିରୋଧୀ କାର୍ଯ୍ୟରେ ଲିପ୍ତ ରହୁଥିବାରୁ ‘ଷ୍ଟୁଡେଣ୍ଟ୍‌ସ୍‌ ଇସ୍‌ଲାମିକ୍‌ ମୋଭ୍‌ମେଣ୍ଟ୍‌ ଅଫ୍‌ ଇଣ୍ଡିଆ’କୁ (ଏସ୍‌ଆଇଏମ୍‌ଆଇ) କେନ୍ଦ୍ର ସରକାର ଆଉ ପାଞ୍ଚ ବର୍ଷ ସକାଶ ନିଷିଦ୍ଧ କରିଛନ୍ତି।

ସମଗ୍ର ଦେଶରେ ଗୁଡ଼ାଏ ଆତଙ୍କବାଦୀ କାର୍ଯ୍ୟରେ ‘ସିମି’ ସମ୍ପୃକ୍ତ ଥିଲା। ଗୃହମନ୍ତ୍ରାଳୟ ଜାରି କରିଥିବା ବିଜ୍ଞପ୍ତିରେ କହିଛି ଯେ ‘ସିମି’ର ବେଆଇନ କାର୍ଯ୍ୟକଳାପକୁ ତୁରନ୍ତ ଦମନ ଓ ନିୟନ୍ତ୍ରଣ କରିବା ଥିଲା ଅତ୍ୟାବଶ୍ୟକ।

ଦେଶ-ବିରୋଧୀ ଭାବାବେଗ ପ୍ରଚାର କରି ଧର୍ମନିରକ୍ଷେତା ଢାଞ୍ଚାକୁ ବିଭ୍ରାଟ କରାଇବାକୁ ଯୋଜନା କରୁଥିବା ଫେରାର କର୍ମୀମାନଙ୍କୁ ପୁନର୍ବାର ଏକତ୍ର କରାଇବାରୁ ‘ସିମି’କୁ ବାଧା ଦିଆଯିବା ଉଚିତ।

ଏତଦ୍ଦ୍ଵାରା କେନ୍ଦ୍ର ସରକାର ‘ସିମି’କୁ ଏକ ବେଆଇନ ସଂଗଠନ ଘୋଷଣା କରୁଛି। ଏହି ଘୋଷଣା ଆଗାମୀ ୫ ବର୍ଷ ଯାଏଁ କାଏମ ରହିବ।
‘ସିମି’ ସଦସ୍ୟମାନେ ସମ୍ପୃକ୍ତ ଥିବା ସମୁଦାୟ ୫୮ଟି ମାମଲାକୁ ଗୃହମନ୍ତ୍ରାଳୟ ତାଲିକାଭୁକ୍ତ କରିଛି। ଏହି ନିଷିଦ୍ଧାଦେଶ ଗୁରୁବାର ଠାରୁ କାର୍ଯ୍ୟକ୍ଷମ କରାଯାଇଛି।

୨୦୧୭ ଗୟା ବିସ୍ଫୋରଣ, ୨୦୧୪ ବାଙ୍ଗାଲୋର ଚିନ୍ମୟସ୍ୱାମୀ ଷ୍ଟାଡିୟମ୍‌ ବିସ୍ଫୋରଣ ଏବଂ ଭୋପାଳ ଜେଲ୍‌ ଭଙ୍ଗା ଆଦି ଆତଙ୍କ କାର୍ଯ୍ୟକଳାପରେ ‘ସିମି’ ସଦସ୍ୟମାନେ ସମ୍ପୃକ୍ତ ଥିବା କଥା ଅଭିଯୋଗ ହୋଇଛି। ସେମାନେ ବ୍ୟାଙ୍କ୍‌ ଚୋରି, ପୁଲିସ ହତ୍ୟା, ବିସ୍ଫୋରଣ ଏବଂ ଅନ୍ୟାନ୍ୟ ଦେଶ-ବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି।

By amfnews

Related Post