Wed. Sep 2nd, 2026

ଦେଶ ଛାଡ଼ି ଚାଲିଯାଇଛନ୍ତି ଆତ୍ମଘୋଷିତ ସାଧୁ ନିତ୍ୟାନନ୍ଦ: ଗୁଜରାଟ ପୁଲିସ

318 Views

ଅହମଦାବାଦ: ଅହମଦାବାଦସ୍ଥିତ ଆଶ୍ରମ ସମ୍ବନ୍ଧୀୟ ଅପରାଧିକ ମାମଲାରେ ବୁକ୍‌ ହୋଇଥିବା ଆତ୍ମଘୋଷିତ ସାଧୁ ସ୍ୱାମୀ ନିତ୍ୟାନନ୍ଦ ଦେଶ ଛାଡ଼ି ପଳାଇଥିବା କଥା ଗୁରୁବାର ଦିନ ପୁଲିସ ଅଧିକାରୀମାନେ କହିଛନ୍ତି। ନିତ୍ୟାନନ୍ଦଙ୍କ ବିରୋଧରେ ପ୍ରମାଣ ଯୋଗାଡ଼ କରିବା ନିମନ୍ତେ ତାଙ୍କର ଦୁଇ ଜଣ ଶିଷ୍ୟାଙ୍କୁ ରିମାଣ୍ଡ୍‌ରେ ନିଆଯାଇଛି।

ଅହମଦାବାଦସ୍ଥିତ ଯୋଗିନୀ ସର୍ବଗ୍ୟାପୀଠ ଆଶ୍ରମ ଚଳାଇବା ନିମନ୍ତେ ଅନୁଗାମୀଙ୍କ ଠାରୁ ଚାନ୍ଦା ଆଦାୟ କରିବା ପାଇଁ ପିଲାମାନଙ୍କୁ ଅପହରଣ କରି ଲୁଚାଇ ରଖିବା ଭଳି ସାଙ୍ଘାତିକ ଅଭିଯୋଗ ନେଇ ବୁଧବାର ଦିନ ବିବାଦୀୟ ସାଧୁଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରାଯାଇଥିଲା।

ଗ୍ରାମୀଣ ଅହମଦାବାଦ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଆର୍‌ ଭି ଅସରି କହିଛନ୍ତି, ନିତ୍ୟାନନ୍ଦ ବିଦେଶକୁ ଖସି ପଳାଇଛନ୍ତି। ଯଦି ଆବଶ୍ୟକ ହୁଏ ଉପଯୁକ୍ତ ପ୍ରକ୍ରିୟାରେ ଗୁଜରାଟ ପୁଲିସ ତାଙ୍କୁ ବିଦେଶରୁ ହାଜତକୁ ନେବାର ବ୍ୟବସ୍ଥା କରିବ।

ମଙ୍ଗଳବାର ଦିନ ତାଙ୍କର ଦୁଇ ଜଣ ଶିଷ୍ୟା ପ୍ରାଣପ୍ରିୟା ଏବଂ ପ୍ରିୟତତ୍ତ୍ୱଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କୁ ପାଞ୍ଚ ଦିନ ପାଇଁ ପୁଲିସ ରିମାଣ୍ଡରେ ନେଇଛି।

By amfnews

Related Post