Thu. Jun 11th, 2026

ଦେବଗଡ଼: ପ୍ରଭାଶୁଣି ଜଙ୍ଗଲରେ ହାତୀ ମାରି ଦାନ୍ତ ଚୋରାଇ ନେଲେ ଦୁର୍ବୃତ୍ତ

271 Views

ଦେବଗଡ଼ : ଗୁରୁବାର ସକାଳେ ଦେବଗଡ଼ ରେଞ୍ଜ୍‌ର ତିଲେଇବଣି ବ୍ଲକ୍‌ ଅନ୍ତର୍ଗତ ପ୍ରଭାଶୁଣି ସଂରକ୍ଷିତ ଜଙ୍ଗଲରେ ସ୍ଥାନୀୟ ଗ୍ରାମର ଲୋକେ ଗୋଟାଏ ଥୋଡ଼ପାହାଡ଼ ନ ଥିବା ଦନ୍ତାହାତୀର ମଢ଼ ଦେଖି ବନ ବିଭଗକୁ ଖବର ଦେଇଥିଲେ। ଜଙ୍ଗଲର ବାହାରଆଡ଼କୁ ମୃତ ହାତୀର ଥୋଡ଼ପାହାଡ଼ ମଧ୍ୟ ପଡ଼ିଥିବା ସେମାନେ ଦେଖିଥିଲେ।

କୌଣସି ଶିକାରୀ ଦନ୍ତାଟିକୁ ମାରି ତା’ର ଦାନ୍ତ ଚୋରାଇ ନେବା ପରେ ଥୋଡ଼ପାହାଡ଼ଟିକୁ ସେଠାରେ ଫିଙ୍ଗି ପଳାଇଯାଇଛି।
ଦେବଗଡ଼ ରେଞ୍ଜର କୁଶ ଚନ୍ଦ୍ର ସିଂହ ଏବଂ ତିଲେଇବଣି ଫରେଷ୍ଟର୍‌ କୁଳମଣି ପୁହାଣ ଘଟଣାସ୍ଥଳରେ ପହଞ୍ଚି ଦନ୍ତାର ମଢ଼କୁ ଜବତ କରିଛନ୍ତି।

ସେମାନଙ୍କ କହିବାନୁସାରେ, ଦନ୍ତାକୁ କେହି ୨/୩ ଦିନ ତଳେ ହତ୍ୟା କରି ତା’ର ଦାନ୍ତ ଚୋରାଇ ନେଇଛି। ପୂର୍ଣ୍ଣ ଯୌବନରେ ଉପସ୍ଥିତ ସେ ମୃତ ଦନ୍ତାର ଆନୁମାନିକ ବୟସ ୨୫/୩୦ ହେବ। ତା’ର ଦାନ୍ତର ଆନୁମାନିକ ଲମ୍ବ ପ୍ରାୟ ୧ ଫୁଟ୍‌ ହେବ ବୋଲି ଆକଳନ କରାଯାଉଛି।

କେମିତି ହାତୀଟିକୁ ହତ୍ୟା କରାଯାଇଛି ବ୍ୟବଚ୍ଛେଦ ରିପୋର୍ଟ ମିଳିଲେ ଜଣାପଡ଼ିବ ବୋଲି ବନ ଅଧିକାରୀମାନେ କହିଛନ୍ତି।

By amfnews

Related Post