Sun. Oct 4th, 2026

ଦୁଷ୍କର୍ମ ବେଳେ ୩ ବର୍ଷୀୟା ଶିଶୁର ମୃତ୍ୟୁ

371 Views

ରାଞ୍ଚି   :  ଝାଡ଼ଖଣ୍ଡର ଗୁମ୍‌ଲା ଜିଲ୍ଲାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଦୁଷ୍କର୍ମ ସମୟରେ ଜଣେ ୩ ବର୍ଷୀୟା ଶିଶୁର ମୃତ୍ୟୁ ଘଟିଛି। ଦୁଷ୍କର୍ମକାରୀ ୨୫ ବର୍ଷୀୟ ବନ୍ଧନ ଓରାଓଁ ଫେରାର ହୋଇଯାଇଛି। ପୁଲିସ ସୂଚନା ମୁତାବକ, ଗୁମ୍‌ଲା ଜିଲ୍ଲା ଅନ୍ତର୍ଗତ କୋଲ୍‌ହୁଟୋଲି ଗ୍ରାମର ନିରୀହ ଶିଶୁ ଜଣକ ଘର ବାହାରେ ଖେଳୁଥିଲା। ଖେଳିବା ସମୟରେ ଶିଶୁଟି ଓରାଓଁର ଘରକୁ ଚାଲିଆସିଥିଲା। ଓରାଓଁର ଘରେ କେହି ନଥିଲେ। ଏହି ସମୟରେ ଶିଶୁଟିକୁ ଏକୁଟିଆ ପାଇ ସେ ଦୁଷ୍କର୍ମ କରିଥିଲା। ପ୍ରବଳ ରକ୍ତସ୍ରାବ ଯୋଗୁ ଘଟଣାସ୍ଥଳରେ ହିଁ ତା’ର ମୃତ୍ୟୁ ହୋଇଥିଲା। ଦୁଷ୍କର୍ମ ଯୋଗୁ ତା’ର ମୃତ୍ୟୁ ଘଟିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା।

By amfnews

Related Post