Tue. Sep 29th, 2026

ଦୁଷ୍କର୍ମ ପରେ ଯୁବତୀଙ୍କୁ ହତ୍ୟା କରି ପୋଡ଼ା ଯାଇଥିବା ସନ୍ଦେହ

365 Views

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ଼ ଥାନା ଅନ୍ତର୍ଗତ ପାହାଡ଼ପୁର ଜଙ୍ଗଲ ମଧ୍ୟରେ ଜଣେ ଅଜ୍ଞାତ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ଗଳିତ ଶବ ପଡ଼ିଥିବା ଶନିବାର ଦିନ ଲୋକେ ଦେଖିଛନ୍ତି।

ଦୁଷ୍କର୍ମ କରି ହତ୍ୟା କରାଯିବା ପରେ ପରିଚୟ ଓ ପ୍ରମାଣ ନଷ୍ଟ କରିବା ପାଇଁ ଯୁବତୀଙ୍କ ଶବକୁ ପୋଡ଼ି ଦିଆଯାଇଛି ବୋଲି ଅନୁମାନ କରାଯାଉଛି।
ଘଟଣାଟି ଦୁଇ ତିନି ଦିନ ତଳର ହୋଇ ପାରେ।ପୁଲିସ ଘଟଣା ସଂକ୍ରାନ୍ତରେ ତଦନ୍ତ କରିବା ସହ ବାରିପଦାରୁ ଫୋରେନ୍‌ସିକ୍‌ ଟିମ୍‌ ଡକାଇଛି।

By amfnews

Related Post