Tue. Aug 4th, 2026

ଦୁର୍ଘଟଣାରୁ ମିଳିବ ମୁକ୍ତି, ଲୋକଙ୍କ ଯାତାୟତ ପାଇଁ ପ୍ରଚଳିତ ହେବ ଖଣ୍ଡଗିରି ଫ୍ଲାଏଓଭର

440 Views

ଭୁବନେଶ୍ବର, ମେ ୦୫ :

ରାଜଧାନୀ ଉପକଣ୍ଠସ୍ଥ ଖଣ୍ଡଗିରି ଫ୍ଲାଏଓଭର ଲୋକଙ୍କ ଚଳପ୍ରଚଳ ପାଇଁ ଖୋଲାଯାଇଛି। ତେବେ ଉକ୍ତ ଫ୍ଲାଏଓଭର ଦ୍ବାରା ଦୁର୍ଘଟଣା ମାତ୍ରା କମିବ ବୋଲି ଆଶା ପ୍ରକଟ ହୋଇଛି ।

୨୦୧୯ ମାର୍ଚ୍ଚ ୧ରେ ଓଭରବ୍ରିଜର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଫ୍ଲାଏ ଓଭରରେ ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ ଏକ ମାସ ମଧ୍ୟରେ ଶେଷ ହେବ ବୋଲି ଜାତୀୟ ରାଜପଥ ପ୍ରାଧିକରଣ ଅଫ୍ ଇଣ୍ଡିଆର ଜଣେ ଅଧିକାରୀ କହିଛନ୍ତି।

ଏହି ଫ୍ଲାଏ ଓଭର ଏମ୍ସ ଭୁବନେଶ୍ୱର, କାନୁନଗୋ ଇନଷ୍ଟିଚ୍ୟୁଟ୍ ଅଫ୍ ଡାଇବେଟିସ୍ ସ୍ପେସିଆଲିଟି (କିଡ୍ସ) ଏବଂ ଆଇଟିସି ଦ୍ୱାରା ନୂତନ ଭାବରେ ନିର୍ମିତ ୱେଲକମ୍ ହୋଟେଲକୁ ଯାତାୟାତକୁ ସହଜ କରିବ ବୋଲି ଜଣାପଡିଛି।

By amfnews

Related Post