Fri. Jun 12th, 2026

ଦୁର୍ଘଟଣାଗ୍ରସ୍ତ କାରରୁ ଆହତଙ୍କୁ ଉଦ୍ଧାର ବେଳେ ପୁଲିସ ଗାଡ଼ିକୁ ଧକ୍କା ଦେଲା ଟ୍ରକ୍‌

298 Views

ସୋର, ଡିସେମ୍ବର ୦୮ : ଗତକାଲି ରାତିରେ ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ ସିରଜ୍‌ ଦୁର୍ଘଟଣା ଘଟିିଛି। ଦୁର୍ଘଟଣାଗ୍ରସ୍ତ ଏକ କାରରୁ ଆହତଙ୍କୁ ଉଦ୍ଧାର ବେଳେ ପୁଲିସ ଗାଡ଼ିକୁ ଧକ୍କା ଦେଇଛି ଏକ ଟ୍ରକ୍‌। ଏହି ସିରିଜ ଦୁର୍ଘଟଣାରେ ୨ ଜଣ ଆହତ ହୋଇଥିବା ବେଳେ ପୁଲିସ ଗାଡ଼ି ସହିତ କାର, ଟ୍ରକ୍‌ ଚୁରମାର ହୋଇ ଯାଇଛି। ପୁଲିସ ଘଟଣାରର ତଦନ୍ତ ଆରମ୍ଭ କରୁଛି।


ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୩ଟା ବେଳେ ବଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଛପୋଲିଆ ନିକଟରେ ଓଡ଼ି୨୫ ସି ୦୦୮୮ ନମ୍ବର ବିଶିଷ୍ଟ ଏକ କାର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଖବର ପାଇ ସୋର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। କାର ଭିତରେ ଦୁଇଜଣ ବ୍ୟକ୍ତି ଗୁରୁତର ଅବସ୍ଥାରେ ଥିବାରୁ ପୁଲିସ ସେମାନଙ୍କୁ କାରରୁ ଉଦ୍ଧାର କରି ଆମ୍ବୁଲାନ୍ସ ଡକାଇ କଟକ ବଡ଼ ଡାକ୍ତରଖାନାକୁ ପଠାଇବାର ବ୍ୟବସ୍ଥା କରିଥିଲା।ଏହି ସମୟରେ ଅନ୍ୟ ଏକ କାର ଦୃତଗତିରେ ଆସି ପୁଲିସ ବୋଲେରୋକୁ ଧକ୍କା ଦେଇଥିଲା।

By amfnews

Related Post