Sat. Sep 26th, 2026

ଦୁର୍ଗାପୂଜାରେ ଗାଁ ଉତ୍ସବ ମୁଖର ଥିବା ବେଳେ ୭ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ

241 Views

ଝାରସୁଗୁଡ଼ା  : ବ୍ରଜରାଜନଗର ଥାନା ଅନ୍ତର୍ଗତ ଏକ ଗ୍ରାମରେ ସୋମବାର ରାତି ଏକ ନାବାଳିକାକୁ ସେହି ଗ୍ରାମର ଜଣେ ୧୯ ବର୍ଷିୟ ଯୁବକ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି। ପୁଲିସ ଓ ଚାଇଲ୍‌ଡ ଲାଇନ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଦୁର୍ଗାପୂଜା ଯୋଗୁଁ ସୋମବାର ସାରା ଗାଁ ଉତ୍ସବ ମୁଖର ହୋଇଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଥିଲା। ଗାଁ ଦାଣ୍ଡରେ ଏହି ୭ ବର୍ଷୀୟ ନାବାଳିକାଟି ବୁଲୁଥିବା ବେଳେ ସେହି ଗ୍ରାମର ଆକାଶ କୁମୁରା ନାମକ ଜଣେ ଯୁବକ ନାବାଳିକାଟିକୁ ପିଜୁଳି ଦେବାକୁ କହି ଏକ ନାଳ ପାଖକୁ ଡ଼ାକି ନେଇ ସେଠାରେ ଦୁଷ୍କର୍ମ କରିଥିଲା।

ଏହି ଘଟଣା କାହାକୁ ନ କହିବା ପାଇଁ ମଧ୍ୟ ଧମକ ଦେଇଥିଲା। ଦୁଷ୍ମର୍ମ ପରେ ନାବାଳିକାଟି ଗୁରୁତର ଆହତ ହୋଇ ରକ୍ତାକ୍ତ ଅବସ୍ଥାରେ ଫେରୁଥିବା ବେଳେ ତାଙ୍କ ପରିବାର ସଦସ୍ୟମାନେ ତାକୁ ଉଦ୍ଧାର କରି ସବୁ କଥା ଜଣିଥିଲେ। ଏ ସଂପର୍କରେ ପୁଲିସରେ ଅବଗତ କରାଯିବା ପରେ ନାବାଳିକାର ବଡ଼ମା’ ଏକ ଏତଲା ଦେଇଥିଲେ। ପୁଲିସ ଅଭିଯୁକ୍ତ ଯୁବକକୁ ଅଟକ ରଖିଥିବା ବେଳେ ଗୁରୁତର ଆହତ ନାବାଳିକାଟିକୁ ଝାରସୁଗୁଡ଼ା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳ ସମେତ ସାରା ଜିଲ୍ଲାରେ ପ୍ରତିକ୍ରିୟା ସୃଷ୍ଟି କରିଛି। ପୁଲିସ ଓ ଚାଇଲ୍‌ଡ ଲାଇନ ଏହି ଘଟଣାଟିକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

By amfnews

Related Post